ନଉକା ମୁହିଁ ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-94fb90f027.html ନଉକା ମୁହିଁ ପାଣିରେ ଭାସେ ଟାଣୁଆ କ।ଠେ ତିଆରି, ନଦୀ ହ୍ରଦରେ ବୋହି ଜିନିଷ ମଣିଷକୁ କରେ ପାରି । ମଝି ଅଂଶଟା ଓସାରିଆ ଯେ ଶେଷ ଅଣଓସାରିଆ, ଚଳାଇବା ଲୋକଟି ପର। ନାମ ବହି "ନାଉରିଆ"। ପୂରୁବ କାଳେ ମୋ ଦେହେ ବସି ଦୂର ଦେଶକୁ ପାରି, ଜାଭା ,ସୁମାତ୍ରା, ବୋର୍ଣ୍ଣିଓ କେତେ ଦ୍ଵୀପେ ବାଣିଜ୍ୟ ସାରି । ଆଜି କାଲିକା ବିଜ୍ଞାନ ଯୁଗେ ମଣିଷ ଯନ୍ତ୍ର ସାଜି, ବୋଟ୍,ଜାହାଜ,ମୋଟର ଲଞ୍ଚ, ଘଡିକେ ଘୋଡ଼ା ଛୁଟି। ହଜାର ହଜାର ମାଇଲ ଯାତ୍ରା କରୁଛୁ ନିମିଷକେ, ହେଲେ ବି ମୋତେ ଭାରି ଆଦର ମଣିଷ ନଜର ରଖେ । ଛୋଟ ହେଲେ ବି ସବୁଦିନିଆଁ କର୍ତ୍ତବ୍ୟ କରି ଚାଲ, ନଉକା ପରି ବସୁଧା ସହି ସହିବା ଗୁଣ ଭଲ । ∎ ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ, ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ ।