ତା` ପରି କିଏ ହେବ ମଧୁସୂଦନ ମିଶ୍ର ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-94795cf3f0.html ମାଆଟି ମୋର ଅତି ନିଜର ତାପରି କିଏ ହେବ । ଗୀତ ଗାଇବ ଗପ କହିବ କୋଳେ ଶୁଆଇ ଦେବ ।। କୋଳରେ ଧରି ଆଦର କରି ଭାତ ଖୁଆଇ ଦେବ । ପାଖରେ ବସି ମୁଣ୍ଡ ଆଉଁସି ମନ ଭୁଲାଉ ଥିବ ।। ମହୁଠୁ ମିଠା ତାହାରି କଥା ପେଟ ପୂରାଇ ନେବ । ସୁଖ ଦୁଃଖରେ ରହି ପାଖରେ ସ୍ନେହ ମମତା ଦେବ ।। ମୋ ପାଇଁ ସିଏ ଦେବତା ଟିଏ ସବୁ ଅଜାଡି ଦେବ। ତାପରି ସତେ ଏହି ଜଗତେ ଆଉ କିଏସେ ହେବ ।। ମାଆର ମନ ଫୁଲ ସମାନ ଆଶିଷ ଖାଲି ଦେବ । ମାଆକୁ ଭଜି ଭାବୁଛି ଆଜି ତାପରି କିଏ ହେବ ?? ∎ ମଧୁସୂଦନ ମିଶ୍ର, କେନ୍ଦୁଝର ୯୪୩୮୧୯୨୮୧୦