କେହି ହେବେ ନାହିଁ ସରି ଧନଞ୍ଜୟ ସ୍ୱାଇଁ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-93df7d19eb.html ଜେଜେ ଅଣ୍ଟାରେ ଖୋସି ରଖିଲେ ସୁଉକି ଟିଏ ଗଣି ଖବରକାଗଜ ପଢି ବସିଲେ ଚଉକିଟିକୁ ଟାଣି ଯେଉଁ ସୁଉକି ଖୋସି ଥିଲେ ସେ ଅଣ୍ଟାରୁ ଗଲା ପଡି ଉଠି ପଡିଲେ ଯେବେ ସେ ଧୋତି କୁଞ୍ଚ ସଜାଡି କରି ରଖିଥିଲି ତା` ପିଇବାକୁ ଚା ` ଯାଇ ଗାଁ ମୁଣ୍ଡ ଛକ ଖୋଜିବା ପାଇଁ ଆଈ କୁ କହି କଲେ ସେ କଉତୁକ ନାତିଆ ଥାଇ କହିଲା ଆଈ କି ଖୋଜୁଅଛୁ ତୁଇ ଚଉକି ତଳୁ ପାଇ କୁଂପିରେ ରଖିଛି ନେଇ ମୁହିଁ ଗୋଟି ଗୋଟିକି କରିଲେ ଜମା ହୁଏ କୋଟିଏ ଟଙ୍କା ଜେଜେ ତ କହିଥିଲେ ଯେ ସଞ୍ଚେ ନ ଥାଏ ତାର ଦକା ଶୁଣି ଏ କଥା ହସିଲେ ଜେଜେ ପୁରୁଣା କଥା ଭୁଲି କହିଲେ ମୋର ନାତି ସାଙ୍ଗରେ କେହି ହେବେନି ସରି!! ∎ ମୋ -9437000636.