ଜିଣିବ ସବୁରି ମନ ଦେବାଶିଷ ଚକ୍ରବର୍ତ୍ତୀ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-930a63861e.html କଳା କଟ କଟ ରୂପ ସିନା ତାର କଣ୍ଠରୁ ଝରଇ ମହୁ କାହା ମନ କୁହ ଚହଲି ଯାଏନି ଶୁଣିଲେ ତା କୁହୁ କୁହୁ? ଫଗୁଣ ମାସରେ ବଉଳରେ ଯେବେ ମଣ୍ଡି ହୁଏ ସହକାର ମନ ମଉଜ ରେ ଗୀତ ବୋଲିଥାଏ ପତର ଉଢ଼ାଳୁ ତାର। ଜଗତେ ଅଛନ୍ତି ବିଭିନ୍ନ ରଙ୍ଗ ର ସୁନ୍ଦର କେତେ ପକ୍ଷୀ କଣ୍ଠସ୍ବର କା`ର ହୋଇକି ପାରିଛି ତାହା ପରି ମନଲାଖି? ରୂପ ର ଚମକ ଅଢେଇ ଦିନିଆଁ ନିଶ୍ଚୟ ହୋଇବ ନାଶ ଅଥଚ ଆମର ଗୁଣ ର ମହକେ ଚହଟଇ ଚଉଦିଶ। ସ୍ୱରର ଯାଦୁରେ ଲତା ମଙ୍ଗେଶକର୍ ଥିଲେ ବୋଲି ବଶକରି ଶରଧା ରେ ତେଣୁ କୁହନ୍ତି ସଭିଏଁ କୋକିଳ କଣ୍ଠୀ ବୋଲି। ରୂପ ନୁହେଁ ପିଲେ ଗୁଣ ଥିଲେ ସିନା ଜିଣିବ ସବୁରି ମନ କଳା କୋଇଲି ଟି ନୁହେଁ କି ଏହାର ସାର୍ଥକ ଉଦାହରଣ ? ∎ ମଣ୍ଡୁଆ,କେନ୍ଦୁଝର ଗଡ ମୋ -୯୪୩୭୭୫୨୩୯୫