ସମୟକୁ ଜଗି ଚାଲ ମନୋରମା ମିଶ୍ର ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-9294ada211.html ସମୟ ଧାଉଁଛି ଆଗକୁ ଆଗକୁ ଚାହୁଁନି ଫେରି , ସମୟ ସାଥିରେ ଧାଉଁଥାଅ ସଦା ନକରି ଡେରି । ବାଟରେ ଘାଟରେ ନବସି ସମୟ ଧାଉଁଛି ପରା , ପଥ ତା`ର କେବେ ରୋକି ପାରିନାହିଁ ନିଦାଘ ଖରା । ଘୋର ବରଷାରେ ଭିଜିନି ସମୟ ତୁମରି ପରି , ହାଡଭଙ୍ଗା ଶୀତେ ହାରିନି ଜମା ସେ` ଯାଇନି ଥରି । ସମୟକୁ ଜଗି ସମୟ ସହିତ ଧାଇଁଛି ଯିଏ , ଏହି ସଂସାରରେ ସଫଳ ଜୀବନ ପାଇଛି ସିଏ । ∎ ମନୋରମା ମିଶ୍ର ନୀଳାଦ୍ରି ବିହାର ଭୁବନେଶ୍ୱର