ପତିତପାବନ ବାନା ହଂସନାଥ ମୁଦୁଲି ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-9241347df9.html ପତିତପାବନ ବାନା ଉଡୁଛି ଯେ ନୀଳଚକ୍ର ଶୀର୍ଷପରେ ଭକତଜନଙ୍କ ମନ ଟାଣୁଛି ସେ ବାନ୍ଧି ଭକତିର ଡୋରେ l (0) ନିକଟ ଓ ଦୂର ଜଣା ପଡେ ନାହିଁ ଛୁଟେ ଭକତଙ୍କ ସୁଅ କାଳିଆଠାକୁର ଲୀଳ। ବୁଝିବାକୁ ସଭିଙ୍କ ମନରେ ମୋହ ସେ ଲୀଳା ବୁଝିବା ପହିଲେ ସବୁରି ନଜର ବାନା ଉପରେ ବାନ୍ଧି ଭକତିର ଡୋରେ l (1) କୋଶଦୂରୁ ବାନା ଦୃଶ୍ୟ ନେଇ ଭକ୍ତ କରେ କଳପନା କେଉଁଠାରେ ଆଉ କେତେଦୂରେ ସେହି ଲୀଳାମୟର ଠିକଣା ! ଓଠେ ଫୁଟେ ନାମ କ୍ଲେଶ ଅବସାନ ଦୂରତା ଲିଭେ ଅଚିରେ ବାନ୍ଧି ଭକତିର ଡୋରେ l (2) ∎ ଖଣ୍ଡଗିରି, ଭୁବନେଶ୍ବର 751030 ମୋ- 9777968719