ନାନାବାୟା ଗୀତ ଧୀରେନ ମିଶ୍ର ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-90e919ace4.html କଟର କଟର କେଁ କଟରଲୋ ଶଗଡରେ ନାହିଁ ତେଲ ଲଟର ପଟର ଛେଳିଛୁଆ ଆସି ମାଆ ପାଖେ ହେଲା ଗେଲ । ଛେଳି ଗେଲ କଲାନାହିଁ । ଚଞ୍ଚଳ ଚଞ୍ଚଳ କ୍ଷୀର ଖୁଆଇଲା ଭୋକିଲା ଛୁଆକୁ ଚାହିଁ । କୁକୁର ଭୁକିଲା ଭୋ-ଓ-ଓ ଗାଆଁମୁଣ୍ଡ ବୁଦା ଉହାଡୁ ବିଲୁଆ ଡାକଦେଲା ହୁକେ ହୋ-ଓ-ଓ । ସଞ୍ଜ ବେଳ ରତରତ କାନ୍ଥକୋଣ ଫଟ ପଛପଟୁ କହେ ଝିଟିପିଟି ସତସତ । ନସରପସର ତେଢିଆ ନନାଲୋ ମନ୍ଦିରେ ପିଟିଲେ ଘଣ୍ଟ । ଚକ୍ରଧର ଡାକି ପଞ୍ଜୁରୀ ଭିତରେ ଶୁଆ ଘଷୁଥିଲା ଥଣ୍ଟ । ××××××××××××× ∎ ଶୁଶୁଡା , ଅନୁଗୋଳ ଫୋନ୍ – 7978087891