ଆମେରେ ଶିଶୁ ବିଦ୍ୟୁତପ୍ରଭା ଦେଓ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-90a8a00000.html ଆମେରେ ଶିଶୁ କଳିକା ଆମେ ଯେତେ ଭଉଣୀ ଭାଇ ଫୁଟିବୁ ଦିନେ ବିତରି ବାସ ଦେଶର ଗୀତି ଗାଇ । ସବୁରି ଜନ ମନ ପରାଣେ ପୁଲକ ଦେବୁ ଭରି ଡ଼ରିବୁ ନାହିଁ ହାରିବୁ ନାହିଁ ହଟାଇ ଦେବୁ ଅରୀ । ତ୍ରିରଂଗା ବାନା ଶାନ୍ତି ମଇତ୍ରୀ ବାରଣ ସଦା ଦିଏ ସ୍ଵାଧୀନ ଦେଶ ଶିଶୁ ପାଇଁକି ସଂକେତ ଆମ ସିଏ । ପ୍ରଗତି ପଥେ ଯିବୁ ଆଗେଇ ଜ୍ଞାନ ଆଲୋକ ଜାଳି ଦୂରେଇ ଦେବୁ ତମସା ଯେତେ ଦେବୁନି କେବେ ଟଳି । ମାଆର ମଥା ରଖୁବୁ ଉଚ୍ଚେ କରିବୁ ଜୟ ଗାନ ଜୀବନବାଜି ଲଗାଇ ଦେବୁ ମଣିବୁ ଭାଗ୍ୟବାନ । “ ଗଢିବୁ ଦେଶ ରଖୁବୁ ଯଶ ସୁନାମ ଯିବ ଖେଳି ଦେବୁନି କେବେ ମାଟି ମାଆର ଦେହେ କାଳିମା ବୋଳି” । ∎