ତାକ୍ ଧିନ୍ ଧା ବୀରେନ୍ଦ୍ର ମହାନ୍ତି ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-9096ff6d18.html ଝାଇଁକି ଝୁମ୍ପା ଗୁଆଖୋଳପା ଦୋଳିରେ ଝୁଲୁଛି ଝୁମୁରୀ ଅପା ଗୋଡରେ ନାଇଛି ଖୋଳପା ଯୋତା ନାଲି ଅଳତା। ୧ ଧାଇଁକିଡିକି ଧାଇଁ କଡିକି ଝୁମୁରୀ ଯାଇନି ପାଠ ପଢିକି ଠୁକୁ ଠୁକୁ ଚାଲେ ବାଡିକୁ ଧରି ବାଜେ ଘାଗୁଡ଼ି। ୨ ଧୁଙ୍ଗୁ ଧାଙ୍ଗୁଡି ଧୁଙ୍ଗୁ ଧାଙ୍ଗୁଡି ଝୁମୁରୀ ଖେଳୁଛି ଡାଳ ମାଙ୍କୁଡ଼ି ଟିଣ ଢାଏଁ ଢାଏଁ ପିଲାଙ୍କ ତାଳି ଭାରି ଗହଳି। ୩ ଉଦୁ ଉଦୁମା ତାଳ ଗୋଟମା ଗୋଡ ହାତ କିଛି ହଉନି ଜମା ପାଣିରେ ପହଁରି ବାଲିରେ କୁଦା ତାକ୍ ଧିନ୍ ଧା। ୪ ଚୁନୁରୁ ମୁନୁ ରୁ ଖଇର କାତି ଝୁମୁରୀ ର ନାହିଁ ଜାତି ଅଜାତି ସଭିଙ୍କର ସେତ ଆଦର ମଣି ଝୁମୁରୀ ରାଣୀ। ୫ ∎ ନୀଳ ଚକ୍ର ନଗର, ପୁରୀ ୮୯୧୭୪୬୦୦୪୮