ଆମରି ଘର ଭାରି ସୁନ୍ଦର ଜୟକୃଷ୍ଣ ସାହୁ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-907bc8e02b.html ଗାଆଁଟି ଆମର ଭାରି ସୁନ୍ଦର ସେ ଗାଆଁରେ ଆମ ଛୋଟିଆ ଘର ସେଇଠି ରହୁ ସେଇଠି ଖାଉ ସେଇ ଘରେ ସୁଖେ ନିଦରେ ଶୋଉ। ଦାଣ୍ଡଘର ଆମ ଅତିଥିଶାଳା ବାରିଆଡ଼େ ଧାନ ବିରିର ଖଳା ଧାନ ବିରି ଆଣି ଡୋଲିରେ ଭରୁ ଅତୀଥି ଆସିଲେ ଚରଚା କରୁ। ତା`ପରକୁ ଆମ ରୋଷେଇଘର ବୋଉ ରଖେ ସଦା ସଫାସୁତର ଜାଇ ରଗଡ଼େ ଶାଗ ଖରଡ଼େ ଖାଦ୍ୟ ରାନ୍ଧି ବୋଉ ଥାଳିରେ ବାଢ଼େ। ରୋଷଘର ପରେ ଶୋଇବାଘର ଗାଧୁଆ ଘରଟା ପାଖରେ ତା`ର ଠାକୁରଙ୍କ ଘରେ ପ୍ରାର୍ଥନା କରେ ପଢ଼ାଘରେ ପଢ଼ି ଦିନଟି ସାରେ। କପିଳପ୍ରସାଦ,ଭୁବନେଶ୍ବର-୨ ମୋ-୯୯୩୭୦୯୨୩୯୭