ଭକ୍ତି ନିବେଦନ ଡ଼ାକ୍ତର ଅଶୋକ କୁମାର ସେଠୀ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-905454cf57.html ମନ ଆନନ୍ଦରେ କରୁଛି ପ୍ରଣାମ ପ୍ରଭୁ ଦିଅ ବୁଦ୍ଧି ଦିଅହେ ସୁଜ୍ଞାନ ଶିଶୁ ଟିଏ ମୁଁ ତୁମରି ବଗିଚାର ଚଲା ପଥ ମୋର କୁସୁମିତକର। ହସଖୁସିରେ କଟୁ ମୋର ଜୀବନ ପର ଉପକାରେ ସଦା ରହୁ ମନ ମାତୃଭୂମି ପାଇଁ ଗୈ।ରବ ଆଣିବି ବୀରସୈନିକ ହୋଇ ଜୀବନ ଦେବି। ଓଡ଼ିଆ ଅଟେ ଆମର ମାତୃଭାଷା ଭେଦଭାବ ନାହିଁ କାଳିଆ ଭରଷା। ଗାଁ ମାଟି ପାଣି ପବନର ଜୀବନ ଭେଦଭାବ ନାହିଁ ସଭିଏଁ ସମାନ ବିପଦ ଆପଦେ ରହୁ ମିଳି ମିଶି ଭାଈ ଓ ଭ ଉଣୀ ଆମେ ହସି ଖୁସି। ସବୁ ଧର୍ମ ର ଆମେ ମାନୁ ନିୟମ ଭାରତ ମାର ଆମେ ବୀର ସନ୍ତାନ। ∎ ବଲାଙ୍ଗୀର।