ହେ ନୂଆ ସକାଳ ଜୟନ୍ତ କୁମାର ଓଝା ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8d4b45cea6.html ସରସ ମନରେ ବିରସ ନ ଆସୁ ହରଷେ ଜୀବନ ହସୁ ଏ ନୂଆ ବରଷ ଦେଇ ତା ପରଶ ନବ ଆଲୋକରେ ବର୍ଷୁ । ଏଆଲୋକ ପଡି ଦେଉ ସିଏ ପୋଡି ମନର କଳୁଷ ବନ ଫୁଟି ଉଠୁ ହୃଦେ ପ୍ରେମର କମଳ ଛୁଇଁ ଯାଇ ସବୁ ମନ । ଏଆଲୋକ ହେଉ ସତ୍ୟ ନ୍ଯାୟ ଶାନ୍ତି ସ୍ନେହ ସରଧାର ଧାରା ଜଣ ଜଣ କରି ସବୁ ପ୍ରାଣ ଛୁଉଁ ବହୁ ସେ ଜଗତ ସାରା । ଅସତ୍ ନିଶିର ବୁକୁ ଚିରି ଦେଉ ପ୍ରେମର ଗାଉ ସେ ଜୟ ପ୍ରେମର ରଜ୍ଜୂରେ ବାନ୍ଧି ଦେଉ ସିଏ ବିଶ୍ୱ ହେଉ ପ୍ରେମ ମୟ । ଆସ ଆସ ତୁହି ହେ ନୂଆ ସକାଳ ସେ ନୂଆ ସୁକାଳ ନେଇ ଶୋଇ ଯାଇ ଅଛି ଅନ୍ତରର ଆତ୍ମା ଆଜି ଯାଅ ଚେଇଁ ଦେଇ । ∎ ଭଅଁରା, ଭୁରୁଙ୍ଗା, ଯାଜପୁର-755017. SSPL, DRDO, TIMARPUR. DELHI-110054 / 9540236646