ଶୀତର ଗୀତ ଡକ୍ଟର ରବିନାରାୟଣ ସାହୁ ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-8bafe8fda1.html ଶିରି ଶିରି ଵାଆ ବହିଲା ଥିରି ଥିରି ଦେହ ଥରିଲା ଥୁରୁ ଥୁରୁ ହୋଇ ବୁଢାଟି କହିଲା ଥରି ଥରି ଶୀତ ଆସିଲା। ଗୁଣୁ ଗୁଣୁ ହୋଇ ଭଅଁର ଗୀତ ଗାଇ ଗାଇ ଶୀତର ଫୁଲେ ଫୁଲେ ବସି ମଧୁ ନେଇ ଶୋଷି ଦେଖାଏ କେଡେ ସେ ଚାତର। ଖିଲି ଖିଲି ହସି ସୂରୁଜ ବୁଣି ବୁଣି ନାଲି ମୁରୁଜ କହେ ଉଠି ଆସ ଶୀତର ଶେଯରୁ ଟିକି ଟିକି ଶିଶୁ ଫଉଜ। କାଆ କାଆ କାଉ ରାବିଲା ନଇଁ ନଇଁ ଚାଷୀ ଧାଇଁଲା ଶୀତକୁ ତିଳେ ସେ ଖାତିରି ନକରି ବେଉଷଣ ପାଗ ଭିଡିଲା। ଚିକି ମିକି ଦିଶେ ଶିଶିର ଫିକି ଫିକି ହସେ ମଧୁର ସୂରୁଜ କିରଣେ ମୁକୁତା କୁ ଜିଣି ଝଟକେ ସେ କେଡେ ସୁନ୍ଦର। କୁନା ମୁନା ଟୁନା ମିଳିଲେ ଗାଁ ଦାଣ୍ଡେ ନିଆଁ ଜାଳିଲେ ଗରମ ପୋଷାକ ଦେହେ ପିନ୍ଧି ହୋଇ ଗୀତର ଲହରୀ ତୋଳିଲେ।  ସମ୍ପାଦକ- କଳାମାଣିକ ବରଗଡ଼ -୭୬୮୦୨୮ ଭ୍ରାମ୍ୟଭାଷ- ୯୮୬୧୦୮୯୩୪୮