ଫଳ ମାନେ ଦିନେ ଲାଗିଲେ କଳି ଡ. ସନାତନ ପଣ୍ଡା ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-8b027003c4.html ଫଳ ମାନେ ଦିନେ ଲାଗିଲେ କଳି । ସଭିଏଁ ଏକକୁ ଆରେକ ବଳି ॥ କଞ୍ଚା ପିଜୁଳିକୁ କସି କାକୁଡି । ଖାଇଲେ ଜାଣିବ କଂଚା କାମୁଡି ॥ ଆପେଲ କହିଲା ମୋତେ ଯେ ଖାଏ । ରୋଗ ତାଆ ଠାରୁ ଦୂରେଇ ରହେ ॥ ପାକଲା କଦଳୀ ଭାରି ସୁଆଦ । ମୁଣ୍ଡର ବୁଦ୍ଧି ମୁଁ କରେ ସମୃଦ୍ଧ ॥ ସପୁରି ପଣସ ସୁଆଦ ମିଠା । ଖଜା ପଣସ ତୁ ମିଠାକୁ ଅଠା ॥ ପାଟିକି ସୁଆଦ ପେଟକୁ ହିତ । ଲିଚୁ ଫଳ ପରି ହେବ କେ ମିତ ॥ ଉପରେ ସବୁଜ ଭିତରେ ନାଲି । ତରଭୁଜ ଖାଅ ପାଣିକୁ ଭୁଲି ॥ ରୋଗୀ ଅବା ଭୋଗୀ ସଭିଏଁ ଖାଅ । ଅଙ୍ଗୁର କୋଳି ମୁଁ ସବୁରି ପ୍ରିୟ ॥ କୋଷା କୋଷା କରି ଖାଅ କମଳା । ଭିଟାମିନ -ସି ମୋ ଦେହ ସାରା ॥ ପରିବା ସିନା ମୁଁ ଫଳରେ ଯାଏ । ମିଠା ଭଣ୍ଡା ପରି ସୁଆଦ କିଏ ॥ ଟିକି ଟିକି ଦାନା ନାଆ ବେଦନା । ନିଆରା ସୁଆଦ ଭୁଲି ହୁଏନା ॥ ବାହାରେ ଟାଣ ମୋ ଭିତରେ ପାଣି । ଶ୍ରୀଫଳ ମହିମା କିଏ ନଜାଣି ॥ ଫଳ ରାଇଜର ରାଜା ମୁଁ ଆମ୍ବ । କଂଚା-ପାଚଲା ମୋ ସରି କେ ହେବ ॥ ସବୁ ଫଳ ଏବେ ହେଲେଣି ମେଳ । ସାଲାଡ କର ମା` ବୋହିଲା ଲାଳ ॥ ∎ Ph:9437114952 email: sanatan.oes@gmail.com