କୁନା ଓ ପ୍ରଜାପତି ପୌର୍ଣ୍ଣମାସୀ ଦେବୀ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8ad64618dc.html କୁନି ପ୍ରଜାପତି ରଙ୍ଗ ରଙ୍ଗିଆ ହଳଦିଆ ନାଲି ଛିଟି ଛିଟିଆ କଉତୁକେ ଯାଏ ଉଡ଼ି ଫୁଲ ଉପରେ ବସିଲା ବେଳେ ଦେଉଥାଏ ଡେଣା ଝାଡି । କୁନା ପଚାରିଲା ହେ ପ୍ରଜାପତି ସୁନ୍ଦର ବୋଲିତ ବଡ଼ାଇ ଅତି ଦେଉନୁ ଟିକିଏ ଧରା ହେଲାଣି ମୋହର ସ୍କୁଲ ବେଳା ଗୁରୁମା ରାଗିବେ ପରା । ପ୍ରଜାପତି କହେ କୁନା ରେ କୁନା ସ୍କୁଲ କୁ ଯାଆ ଡେରି କରନା ଆସିଲେ ଖେଳିବା ଖେଳ, ଦୁହେଁ ମିଶି ଆମେ ହୋଇବା ସାଙ୍ଗ ହେବା ନାହିଁ ମାଡ ଗୋଳ । ପାଠ ପରା ଅଟେ ଜଗତେ ସାର ପାଠୁଆ ସବୁଠି ପାଏ ଆଦର ପାଠରେ ନକର ହେଳା, ଚଗଲାମି ଛାଡ଼ି କଥା ମାନି ମୋର ଶୀଘ୍ର ସ୍କୁଲ କୁ ପଳା । ∎ ଭୂଦାନ ନଗର, ଚକ୍ରତୀର୍ଥ ରୋଡ, ପୁରୀ ଫୋନ୍ - ୯୧୦୮୩୩୦୭୪୪