ମୋବାଇଲର ମଜା ଡ. ସନାତନ ପଣ୍ଡା ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-8ab8f3ca6a.html ମୋବାଇଲର ମଜା ଆମେରିକାରୁ ନାତି ସାଥିରେ କଥା ହେଉଛି ଅଜା ହାଲୋ ହାଲୋ ମୋ ଧନ କେମିତି ଅଛୁ କିସ କରୁଛୁ ଦେଖିବା ପାଇଁ ମନ। .... ମୋବାଇଲର ମଜା,ନମସ୍କାରଅଜା ମୋବାଇଲ ମୋ ସାଙ୍ଗ, ସ୍କୁଲରୁ ଆସି ନଖାଇ ବସି ଦେଖୁଛି ତାକୁ ଆଗ। ମୋବାଇଲର ଖେଳ, ଅଲୋଡା ଏବେ ଖେଳ ପଡିଆ ସାଙ୍ଗ ସାଥିଙ୍କ ମେଳ। ମୋବାଇଲ ମୋ ଖୁସି, କାର୍ଟୁନ ଦେଖେ କମେଡି ଦେଖେ ଘଣ୍ଟାଘଣ୍ଟା ମୁଁ ବସି। ମୋବାଇଲ ମୋ ସାଥି, ଯାହା ଖୋଜୁଛି ତାହା ପାଉଛି ଜାଣୁନି ଦିନରାତି। .......... ଶୁଣରେ ମୋର ଧନ, ଖେଳାବୁଲା ତୁ ଛାଡ଼ିବୁ ନାହିଁ ପଢ଼ାରେ ଦେବୁ ମନ। ମୋବାଇଲର ଦୁଃଖ, କ୍ଷଣିକ ଖୁସି ନିଶାରେ ସବୁ ଛଡ଼ାଇ ନିଏ ସୁଖ। ମୋବାଇଲର ନିଶା, ପରୀକ୍ଷାଫଳ ଆସଇ ଯେବେ ଉଡ଼ାଇ ଦିଏ ହଂସା। ମୋବାଇଲର ଦୋଷ, ଖାଦ୍ୟ ସୁଆଦ ଜଣାପଡ଼େନା ଭୁଲାଏ ଭୋକ ଶୋଷ। ମୋବାଇଲର ପିତା, ନିଶାରେ ତାର ଆପଣା ପର ନଥାଏ କଥାବାର୍ତ୍ତା। ମୋବାଇଲ ତୋ ମିତ, ଗୁଗୁଲ ଯେବେ କୁଇଜ ଗୁରୁ ତା ସାଥେ ନାଚ ଗୀତ। ମୋବାଇଲର ପାଠ, ୟୁଟ୍ୟୁବରେ ଇ-କଣ୍ଟେଣ୍ଟ ମେଟା ଏ.ଆଇ.ରେ ଚାଟ ମୋବାଇଲ ତୋ ସାକ୍ଷୀ ଅନିଦ୍ରା ହେଲେ ବେଶି ଦେଖିଲେ ଖରାପ ହେବ ଆଖି ମନେରଖିଲିଅଜା ସମୟବାଣ୍ଟିସବୁକରିବିତେବେମିଳିବମଜା ମୋବାଇଲରମଜା ଭିଡିଓ କଲ କରିବି ଏବେ ଆଈକୁ ଡାକ ଅଜା ∎ ଫୋନ ନ- ୯୪୩୭୧୧୪୯୫୨