ଝିଇକି ଝିକା ଧୀରେନ କୁମାର ମିଶ୍ର ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8aa5eed98d.html ଝିଇକି ଝିକା, ଝିକେଇ ଝିକା ବାପା ସାଥେ ମିକୁ ବଜାରକୁ ଗଲା ଦେଖିଲା ପତାକା ହେଉଛି ବିକା । ଝିଇକି ଝିକା, ଝିକେଇ ଝିକା ଅଜା ଡାକଦେଲେ ଶୁଣ ଆରେ ମିକୁ ପତାକାର କଥା ସଭିଙ୍କୁ ଶିଖା । ଝିଇକି ଝିକା, ଝିକେଇ ଝିକା ଦୁଇଶ` ବରଷ ଶାସନ କରିଲେ ବିଦେଶୀ ଆମକୁ ବନେଇ ବୋକା । ଝିଇକି ଝିକା, ଝିକେଇ ଝିକା ସେଦିନ ଗଲାଣି, ଆସ ଏବେ ଆମେ ସୁନାର ଭାରତ ଗଢିବା ଏକା । ଝିଇକି ଝିକା, ଝିକେଇ ଝିକା ଗାନ୍ଧି,ଗୋପବନ୍ଧୁ ଆଦର୍ଶେ ଚଳିବା ସମ୍ମାନ ତାଙ୍କର ନକରି ଫିକା । ଝିଇକି ଝିକା , ଝିକେଇ ଝିକା ଏ ପତାକା ପାଇଁ କେତେ କଷ୍ଟ ସହି ପିନ୍ଧିଲେ ଶେଷରେ ବିଜୟ ଟୀକା । ଝିଇକି ଝିକା, ଝିକେଇ ଝିକା ଆମରି ଦେଶର ଗୌରବ ତ୍ରିରଙ୍ଗା କରିବା ତାହାର ସମ୍ମାନ ରକ୍ଷା । ଝିଇକି ଝିକା, ଝିକେଇ ଝିକା ଜାତିର ସମ୍ପତ୍ତି ଜାତିର ଗରବ ଏଇକଥା ମାନି ଚଳିବା ପକ୍କା । ∎ ଶୁଶୁଡା, ଆଙ୍କୁଲା, ଅନୁଗୋଳ ମୋ- 7978087891 ପିନ୍ - 759132