ଚଷାଭାଇ ସୁଜିତ କୁମାର ମିଶ୍ର ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-8a7e04584b.html ଚଷାଭାଇଟି ଚଳ ଚଞ୍ଚଳ ସକାଳୁ ସଞ୍ଜ ଯାଏ ତା ପାଇଁ ଆମ ମୁହଁରେ ହସ ଆନନ୍ଦେ ଝରୁଥାଏ । ସକାଳୁ ଉଠି କ୍ଷେତକୁ ଯାଏ ହଳ ଲଙ୍ଗଳ ଧରି, ଦେଶ ହିତରେ କାମ କରେ ସେ ବୀର ସଇନ ପରି । ନିଜେ ନଖାଇ ଯୋଗାଇ ଦିଏ ଆହାର ପ୍ରତିକ୍ଷଣ, ପରଦୁଃଖରେ ଦୁଃଖୀଟେ ପରା ହୋଇ ଦରଦୀ ପ୍ରାଣ । ବରଷଯାକ ଖଟଇ ସିଏ ଖରା ବରଷା ସହି, ଶସ୍ଯ ଶ୍ୟାମଳା ହୁଅଇ ମାଟି ସରଗ ସୁଖ ବାହି । ଲୁଙ୍ଗି ଗାମୁଛା ପ୍ରିୟ ପୋଷାକ ପିନ୍ଧଇ ଚଷାଭାଇ, ପଖାଳ କଂସା ବଳ ତାହାର ଆଦରେ ଖାଉଥାଇ । ଜୀବନ ତାର ଭାରି ସରଳ ସଭିଙ୍କ ଆପଣାର, ହେଲେ ତା ଲୁହ ଶୁଖୁନି କେବେ ହୋଇଛି ନଈଧାର । ସିଏ ଆମର ଅତି ନିଜର ସୁଖଦୁଃଖର ସାଥୀ, ତା ପାଇଁ ଆମ ସଂସାର ରଥ ଗଡୁଛି ପରା ନିତି । ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨