ବରଷକେ ଥରେ ଆସିଛି ରଥ ମିନତି ପଟ୍ଟନାୟକ ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-8a6c9c7431.html ବରଷକେ ଥରେ ଆସିଛି ରଥ ଶିରିକ୍ଷେତରରେ ଗୁଣ୍ଡିଚା ଯାତ ତିନି ଠାକୁର, ରଥରେ ଆସିବେ ଗୁଣ୍ଡିଚା ଘର। ହଲି ହଲି ହେବେ ପହଣ୍ଡି ବିଜେ ଘଣ୍ଟ, ଘଣ୍ଟା, ଢୋଲ ମହୁରୀ ବାଜେ ଛେରାପହଁରା କରୁଥିବେ ରାଜା ରଥରେ ପରା। ମାଉସୀ ମାଆ ଙ୍କ ଘର ପାଖରେ ରଥ ଅଟକିବ ତିନି ଥାକରେ ମାଉସୀ ହାତ ପୋଡପିଠା ଖାଇ ଖୁସି ହେବେତ। ହେରାପଞ୍ଚମୀ ରେ ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନେ ରଥ ଭାଙ୍ଗି ବେ ପୁଣି ସଂଧ୍ଯା ଦର୍ଶନ ପାଇଁ ଭିଡ ହେବେ ଭକତ ଜନ। ବାହୁଡା ରେ ପ୍ର ଭୁ ଯିବେ ବାହୁଡି ଭକ୍ତ ଟାଣି ନେବେ ରଥ ଦଉଡି ସୁନା ବେଶରେ ଭକ୍ତ ଦେଖି ହେବେ ଅତି ଖୁସିରେ। ନିଳାଦ୍ରି ବିଜୟ ସରିଲା ପରେ ରଥ ପୁଣି ହେବ ବରଷ ପରେ ଏମିତି ଯାତ ଦେଖି ଖୁସି ହୁଏ ସାରା ଜଗତ। ∎ ନୀଳ ଚକ୍ର ନଗର, ଅଠର ନଳା, ପୁରୀ-୨