ଆସିଲେ ରାତି ପୁରୁଷୋତ୍ତମ ସିଂହ ସାମନ୍ତ ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-8a3e1b6849.html ଦିନଟା ବଢି ଆସିଲେ ରାତି ଅନ୍ଧାର ଯାଏ ଖେଳି ସହର ଯାକ ଭଳିକି ଭଳି ଆଲୋକ ଉଠେ ଜଳି | ବ୍ୟସ୍ତ ବିବ୍ରତ ଜୀବନ ସ୍ରୋତ ଟିକିଏ ଆସେ କମି ଚଳ ପ୍ରଚଳ ହୁଏ ଶିଥିଳ ତାପରେ ଯାଏ ଥମି | ଜୀବ ଜଗତ ହୋଇଲେ କ୍ଳାନ୍ତ ବିଶ୍ରାମ ନେଇଥାଏ ନିଦ ମାଉସୀ ହାତ ଆଉଁସି ସଭିଙ୍କୁ କୋଳେ ନିଏ | କିଏ ସେ ଶୁଇ ସପନ ଦେଖେ ନାନାରକମର ଦୃଶ୍ୟ କେତେ ସତ ଲାଗେ ଅଦ୍ଭୁତ କେବେ ଲଗାଇ ହାସ୍ୟ| କିଏ ସେ ପୁଣି ନଶୋଇ ରାତ୍ରି ବୋଲାଏ ରାତ୍ରିଚର ହୋଇଲେ ରାତ୍ରି ଦେଖି ପାରେ ସେ ଆହାର ଖୋଜେ ତାର | ରାତିଟା ପାହି ସକାଳ ହେଲେ ସୁରୁଜ ଗଲେ ଊହିଁ ପୁଣି ମଣିଷ ଭୁଲି ଅଳସ ଲାଗେ କର୍ତ୍ତବ୍ୟ ପାଇଁ | ନଥିଲେ ରାତି କର୍ମରେ ମାତି ମିଳନ୍ତା ନାହିଁ ଶାନ୍ତି ବିଶ୍ରାମ ହିଁ ହେଲେ ଜୀବନ ସ୍ଥିର ନହୁଏ ମତି| ∎ (ଶିକ୍ଷକ ) ଶ୍ରୀବିହାର, ଅନୁଗୋଳ | ଦୁରାଭାସ:-୮୮୯୫୯୧୨୪୨୧