ଆଜି ଅଗଷ୍ଟ ପନ୍ଦର ତାରିଖ ହଂସନାଥ ମୁଦୁଲି ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-87dd5f67a6.html ଆଜି ଅଗଷ୍ଟ ପନ୍ଦର ତାରିଖ ତିରଙ୍ଗା ଉଡେ ଆକାଶେ ଗରବରେ ଆମ ଛାତି ଫୁଲିଉଠେ ଉଡେ ଦେଶଖ୍ୟାତି ବିଶ୍ବେ। (0) ଭାଷା ଓ ଭାବରେ ହେଉ ବି ଅନେକ ଅନେକରେ ସିଏ ଏକ ଆପଣାପଣର ରଜ୍ଜୁରେ ବନ୍ଧା ତା ଖ୍ୟାତି ମହକର ଟେକ ଶୁଭିଯାଏ ସୁର ସେମିତି ଖ୍ୟାତିର ତିରଙ୍ଗାର ଚଉପାଶେ ଉଡେ ଦେଶଖ୍ୟାତି ବିଶ୍ବେ।(1) ହଜାର ହଜାର ବରଷ ପୁରୁଣା ତା` ସଭ୍ୟତାର ବାଣୀ ବୀର ପୁରୁଷ ବା ମହିୟସୀ ନାରୀ ଜାଗନ୍ତି ଡାକ ତା ଶୁଣି ଅତୀତରେ ଥିଲା ଆଗାମୀରେ ସିଏ ରହିବ ଧରାର ଶିର୍ଷେ ଉଡେ ଦେଶଖ୍ୟାତି ବିଶ୍ବେ।(2) ∎ ଖଣ୍ଡଗିରି(ଡୁମଡୁମା - କ) ଭୁବନେଶ୍ବର - 751030 ମୋ - 9777968719