ଜୀବନ ନିଧି ବାଲ୍ମୀକି ପାତ୍ର ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-8665ec3ad7.html ଅଶୋକ ନାମରେ ଗଛଟିଏ ଥିଲା। କାହିଁ କେଉଁ ଅମଳରୁ ଆମ ଗାଁର ନିଧିଆ ଅଜା ଭୁବନେଶ୍ୱର ପରିବାର ସହ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଭୁବନେଶ୍ୱର ଯାଇଥିଲେ ସେଠାରୁ ମଞ୍ଜିଟିକୁ ସଂଗ୍ରହ କରି ଆଣିଥିଲେ। ମୋ ମା କହୁଥିଲେ ନିଧିଆ ଅଜା ଗାଁ ମୁଣ୍ଡର ଏହି ଗଛଟିକୁ ନିଜ ପୁଅ ପରି ଯତ୍ନ କରୁଥିଲେ। ଗଛଟି କାଳ କ୍ରମେ ବଢି ବଢି ଶାଖା ପ୍ରଶାଖା ମେଲି ଏକ ମହାଦ୍ରୁମ ରେ ପରିଣତ ହୋଇଥିଲା ନିଧିଆ ଅଜା ପ୍ରତିବର୍ଷ ଗଛଟିର ଜନ୍ମଦିନ ପାଳନ କରୁଥିଲେ । ଗାଁ ଲୋକେ ବି ଗଛଟିକୁ ବହୁତ ଭଲ ପାଉଥିଲେ ଆଉ ତାହାର ଯତ୍ନ ବି ନେଉଥିଲେ। ଖୁସିରେ ଗଛଟିକୁ ସମସ୍ତେ " ଜୀବନ ନିଧି" ବୋଲି ଡାକୁଥିଲେ। ଜୀବନ ନିଧି ତା ଜୀବନ କାଳ ଭିତରେ ଗାଁ ମାଟିର ବହୁତ ପରିବର୍ତ୍ତନ ଦେଖିଛି। ବହୁତ ଝଡ଼ ବତାସ କୁ ସେ ସାମ୍ନା କରିଛି। ଲୋକଙ୍କ ସ୍ନେହ ଶ୍ରଦ୍ଧାରେ ସେ ସେମିତି ବଢି ଚାଲିଛି।ପବନ ବାତ୍ୟାରେ ତାର ବଡ଼ ବଡ଼ ଡାଳ ଭାଙ୍ଗି ପଡିଛି, ତା ଡାଳରେ ବସା ବାନ୍ଧିଥିବା ପକ୍ଷୀଙ୍କୁ ଶିକାରୀ ମାରିବା ପାଇଁ ଆସିଲେ ଜୀବନ ନିଧି ତାର ଗହଳିଆ ଡାଳପତ୍ର ଭିତରେ ପକ୍ଷୀକୁ ଲୁଚାଇ ରଖିଦିଏ ଆଉ ଶିକାରୀ ମନ ଦୁଃଖରେ ଶିକାର ନ ପାଇ ସେଇ ଗଛ ଛାଇରେ ହତାଶ ହୋଇ ବସିପଡେ, ଶିକାରୀକୁ ଗଛ ଛାଇରେ ନିଦ ଆସିଯାଏ ଆଉ ସେ ସ୍ବପ୍ନ ଦେଖେ ଗଛ ତାକୁ କହୁଛି " ଏଇ ଉଦ୍ଧତ ମାନବ ତୋ ଭଳି ପକ୍ଷୀ ବି ଈଶ୍ୱରଙ୍କ ସୃଷ୍ଟି ତୁମେ ତାର ବଂଶ ଲୋପ କଲେ ପରିବେଶ ସନ୍ତୁଳନ ହରେଇବ ତାପରେ ତୁମେ ବଞ୍ଚି ରହିବ ତ? ଶିକାରୀ ର ହଠାତ ନିଦ ଭାଂଗିଯାଏ ଆଉ ନିଜ ଭୁଲ ବୁଝିପାରି ଗଛକୁ କ୍ଷମା ମାଗି ସେଠାରୁ ଚାଲିଯାଏ" । ତା ଡାଳରେ କେତେ ଯେ ପକ୍ଷୀ ବସା ବାନ୍ଧିଛନ୍ତି ସେହି ବସାରେ କେତେ ପକ୍ଷୀ ଅଣ୍ଡା ଦେଇଛନ୍ତି କେତେ ଯେ ପକ୍ଷୀ ଜନ୍ମ ନେଇଛନ୍ତି ତା` ର କଳନା ନାହିଁ! ଜୀବନ ନିଧି ଆଜି ବି ଵଂଚିଛି। ନିଧି ଅଜା ଆଜି ନାହାନ୍ତି କିନ୍ତୁ ଏହି ଗଛ ଲାଗି ନିଧି ଅଜା ଆଜିବି ଲୋକଙ୍କ ମନରେ ବଂଚି ରହିଛନ୍ତି। ତେଣୁ ସମସ୍ତେ ଏକାଠି କହିବା ଆସ.. ଆଉ ସବୁ କଥା ପଛ, ଆସ ଲଗେଇବା ଗଛ। ∎ ୯୯୩୭୮୨୪୩୩୪