ରଥ ଯାତରା ହରିପ୍ରିୟା ପଟ୍ଟନାୟକ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-85a5b48497.html ପବନ ବହୁଛି ସୁଲୁସୁଲୁ ବଡ଼ଦାଣ୍ଡ ଆଜି ଦୁଲୁଦୁଲୁ ଆସୁଛି କାଳିଆ,ବଳିଆ ସଙ୍ଗତେ ଚାରିଆଡ ଆଜି ହୁଲୁସ୍ଥୁଲୁ । ଭଉଣୀ ସୁଭଦ୍ରା ସାଥୀରେ ଅଛନ୍ତି ଲକ୍ଷ୍ମୀମାଆ ରାଗେ ଗରଗର ହେରାପଞ୍ଚମୀରେ ରଥକାଠ ଭାଙ୍ଗି ହେଲେ ସେ ତ ଖାଲି ହରବର ମାଉସୀମା ହାତୁ ପୋଡ଼ପିଠା ଖାଇ ଦଶମୀ ତିଥିରେ ବାହୁଡନ୍ତି ମନ୍ଦିର ଦୁଆର କିଳି ଲକ୍ଷ୍ମୀମାଆ ରସଗୋଲା ଖାଇ ଛାଡିଦ୍ୟନ୍ତି। ∎