ମନେ ରଖ ଏମାନଙ୍କୁ କବିଜ୍ୟୋତି ନିରଞ୍ଜନ ପତି ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-858a6c5884.html ଏମିତି ଅନେକ ମହାନ୍ ପୁରୁଷ ଆମ ସମାଜରେ ଥିଲେ, ନିଜ ନିଜ ଯଶ ଅବଦାନ ବଳେ ଯୁଗ ବଦଳାଇ ଦେଲେ । ଗଣିତ ଶାସ୍ତ୍ରର ବଳିଷ୍ଠ ବ୍ୟକ୍ତିତ୍ବ କିଏ ଥିଲେ ବୈଜ୍ଞାନିକ, ଜ୍ୟୋତିର୍ବିଦ୍ ଭାବେ କିଏ ଗଣାଥିଲେ କିଏ ପୁଣି ଦାର୍ଶନିକ । କପିଳ,କଣାଦ ଶ୍ରେଷ୍ଠ ଦାର୍ଶନିକ ବୁଦ୍ଧିମାନ ସହ ବିଜ୍ଞ, ଆୟୁର୍ବେଦାଚାର୍ଯ୍ୟ ସୁଶ୍ରୁତ ମହର୍ଷି ଚିକିତ୍ସା ଶାସ୍ତ୍ର ରେ ପ୍ରାଜ୍ଞ । ଚରକ ମହର୍ଷି ଶ୍ରେଷ୍ଠ ଚିକିତ୍ସକ ମୁଖ୍ୟ ଆୟୁର୍ବେଦାଚାର୍ଯ୍ୟ, ବରାହ ମିହିର ଜ୍ଞାନୀ ଜ୍ୟୋତିର୍ବିଦ ଅଟଳ ଅଚଳ ଧୈର୍ଯ୍ୟ । ଗଣିତଜ୍ଞ ଆଉ ଜ୍ୟୋତିଷ ଆଚାର୍ଯ୍ୟ ଥିଲେ ତ ଭାସ୍କରାଚାର୍ଯ୍ୟ, ନାଗାର୍ଜୁନ ପରା ରସାୟନବିତ୍ ପୁଣି ଆୟୁର୍ବେଦାଚାର୍ଯ୍ୟ । ବୈଦିକ ଯୁଗର ଋଷି ଭରଦ୍ୱାଜ ଆର୍ଯ୍ୟଭଟ୍ଟ ଗଣିତଜ୍ଞ, ଜଗଦୀଶ ଚନ୍ଦ୍ର ବୋଷ୍ ବୈଜ୍ଞାନିକ ଉଦ୍ଭିଦ ବିଦ୍ୟାରେ ବିଜ୍ଞ । ଚନ୍ଦ୍ରଶେଖର ଭେଙ୍କଟରମଣ ପଦାର୍ଥ ବିଜ୍ଞାନ ଗୁରୁ, ରାମାନୁଜ ଥିଲେ ମୁଖ୍ୟ ଗଣିତଜ୍ଞ ବୈଜ୍ଞାନିକ ମହାମେରୁ । ଏମାନେ ସଭିଏଁ ଆମ୍ଭ ସ୍ମରଣୀୟ ମନେ ପକାଇବା ଆସ, ତାଙ୍କ ଗୁଣ ଗୁଣି ଗୁରୁ ଭାବେ ମଣି ବିତରିବା ଆମ ଯଶ । ∎ ସମ୍ପାଦକ, ମଧୁ ମାଳତୀ ଗାନ୍ଧୀ ମାର୍ଗ, ଅନୁଗୋଳ ମୋ-୯୯୩୮୧୩୩୫୫୯