ମାଟିର ମଣି ପ୍ରଭାସିନୀ ବରାଡ଼ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-84ef02031f.html ପିଲାମାନଙ୍କ ପାଖରେ ବସି କହିଲେ ଅଜା ହସି ଜାଣିଛ ଯଦି ପ୍ରଶ୍ନ ଗୋଟିଏ ଉତ୍ତର ଦିଅ ମିଶି । ଅଜାଙ୍କ କଥା ଶୁଣି ପିଲାଏକହିଲେ କେଉଁ କଥା ପଚାରି ଦେଖ ଭାବି କହିବୁ ଖଟାଇ ନିଜ ମଥା । ଜ୍ୟୋତିର୍ବିଜ୍ଞାନୀ ଜ୍ଞାନରେ ଗୁଣୀବିଶ୍ୱରେ ତାଙ୍କ ନାଁ ପଡେ ଚହଳ କେଉଁ ଜିଲ୍ଳାରକେଉଁଠି ତାଙ୍କ ଗାଁ । ମରି ଅମର କେଉଁଥି ପାଇଁ ନାମଟି ସଦା ପଡେ କିଏ ଜାଣିଛ ଭାବି ଚିନ୍ତିକିଉତ୍ତର ଦିଅ ଥରେ । ଭାରତ ଦେଶେ ଓଡ୍ର ପ୍ରଦେଶେ ଜିଲ୍ଳାଟି ନୟାଗଡ଼ ରତନଟିଏ ଜନମିଥିଲେଖଣ୍ଡପଡ଼ା ଗଡ଼ । ଶ୍ୟାମବନ୍ଧୁ ସିଂ ରାଜା ପିତାଜୀ ବିଷ୍ଣୁମାଳି ମା` ସାରା ବିଶ୍ୱରେ ପଡେ ଚହଳପଠାଣିସାମନ୍ତ ନାଁ । ମାଟିରେ ଥାଇ ମହାଆକାଶଗ୍ରହ ନକ୍ଷତ୍ର ଗତି ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣଜାଣନ୍ତି ସବୁ ଵିଧି । ଗଣନା କରି କହିଦିଅନ୍ତିଦୂର ପର୍ବତ ମାପ ଗ୍ରହ ନକ୍ଷତ୍ର ସ୍ଥିତି ଚଳନ କେଉଁଠି କାହା ଛାପ । ସିଦ୍ଧାନ୍ତ ଦର୍ପଣ କୃତି ଅମର ପଞ୍ଜିକା ଗଢି ଦେଇ ମରି ଅମର ସାରା ବିଶ୍ୱରେ ସ୍ମୃତି ସେ ଗଲେ ହୋଇ । ବାଉଁଶନଳୀ କାଠି ଦୁଇରେକିମିଆଁ କେତେ କଲେ ଗଣିତ ଜ୍ୟୋତିଷ ଜ୍ଞାନ ଶାସ୍ତ୍ରେମହାମହୋପାଧ୍ୟାୟ ହେଲେ । ମୋଠାରୁ ତୁମେ ଅଧିକ ଜାଣକହିଲ କେତେ କଥା ଏମିତି ଯଦି ଜାଣିବ ସବୁଉଚ୍ଚ ହୋଇବ ମଥା । ଓଡିଶା ମାଟି ଯୋଗ୍ୟ ସନ୍ତାନଅମୂଲ୍ୟ ଧନ ଦେଇ ସ୍ବର୍ଣ୍ଣାକ୍ଷରରେ ନାଁ ରଖିଲେଚିର ଯାଜ୍ଜଲ୍ୟ ହୋଇ । ପିଲାଏ ତୁମେ ଦେଶ ଭବିଷ୍ୟଟିକି କଅଁଳ କଢ଼ି ବିକଶି ଯିବ ସୁରଭି ଛାଡିଆଗକୁ ବଢ଼ି ବଢ଼ି । ପଢିକି ବଢ ଆହୁରି ଜାଣଦେଶ ଜାତିର କଥା ବୀର ଓ ବରମାଟିମଣିଙ୍କପାଦେ ରଖିଣ ମଥା । ∎ ନୟାଗଡ଼