ଆଗକୁ ଆସୁଛି ରଥ ଯାତରା ଦୀନବନ୍ଧୁ ପୋଇ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-84dd5531ee.html ଆଗକୁ ଆସୁଛି ରଥ ଯାତରା ହେଲାଣି ମନ୍ଦିର ସଫା ସୁତରା । ଯାତରା ଭିତରେ ଇଏ ନିଆରା ଏଠି ରାଜା କରେ ଛେରା ପହଁରା । ବିଜେ ହେବେ ତିନି ଦିଅଁ ରଥରେ ତିନି ରଥ ଚାହିଁଛନ୍ତି ପଥରେ । ଦିଶୁଥାଏ ରଥ ଆହାକି ତୋରା ବସି ଖୁସି ହେବେ କାଳିଆ ଗୋରା । ଭକ୍ତ ସମାଗମ ହେବ ପ୍ରବଳ ବଡ ଦାଣ୍ଡ ହେବ ସେ କୋଳାହଳ । ଜୟ ଜଗନ୍ନାଥ ଭକ୍ତ କହିବେ ଦୁଇବାହୁ ଟେକି କେତେ ନାଚିବେ । ଡାହୁକର ଡାକ କାନେ ଶୁଣିବେ ଭକତ ରଥକୁ ସେ ଟାଣି ନେବେ । ଆଗକୁ ଆଗକୁ ରଥ ଚାଲିବ ଗୁଣ୍ଡିଚା ମନ୍ଦିରେ ଯାଇ ରହିବ । ∎ ଗୋରଡ଼ାପାଳ, କରମୂଳ ଢେଙ୍କାନାଳ, ଦୂରଭାଷ – ୯୯୩୮୮୦୨୪୧୨