ନଇଁବା ଭଲ ଧ୍ରୁବ ଚରଣ ଘିବେଲା ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-8439449430.html ସୂରୁଯ ଉଏଁ ପୂରୁବ ଦିଗେ ଟେକି ଦେଇକି ମଥା ସୂରୁଯ ହସି କିରଣ ଛାଡ଼ି ହସିକି କହେ କଥା I ଦିନ ବାରଟା ହେଲେ ଆସିକି ନୂଆଇଁ ଦିଏ ମଥା ଖରାର ତେଜ ରହେନି ଆଉ ନଥାଏ ଖରା ବ୍ୟଥା I ଫଳ ଭାରରେ ନୂଅଁଇ ଧିରେ ଫଳନ୍ତି ଗଛ ଯାହା  ଜ୍ଞାନ ଥାଇକି ଗରଵୀ ହେଲେ ଜ୍ଞାନର ମୂଲ୍ୟ ତୁଚ୍ଛା I ଅସଲ ଜ୍ଞାନୀ ଫଳନ୍ତି ଗଛ ପରିକା ଆଚରଣ ନମ୍ର ରୁହନ୍ତି ବିନୟୀ ଥାନ୍ତି ନଇଁ ଦେଖାନ୍ତି ଗୁଣ I ମଥା ଟେକିକି କଥା ନକହି କହନ୍ତି ଧିର ସ୍ଥିର ମଥା ନୂଆଁଇ ଧିରେ ସେ କହି ନମ୍ର ଭାବ ଜ୍ଞାନୀର I ସବୁ କଥାରେ ମଥା ନୂଆଇଁ କୁହନ୍ତି ଯିଏ କଥା ଗୁଣୀ ଜ୍ଞାନୀରେ ହୁଅନ୍ତି ଗଣା ଗୁଣ ସୁନ୍ଦର ଯଥା I ବାପାମାଆଙ୍କ ଗୁରୁଜନଙ୍କ ଆଗେ ନଇଁବା ଭଲ ତାଙ୍କରି କଥା ମାନି ସର୍ବଦା ଚଳିବା ସବୁ ବେଳ I  ∎ ବଉଦରାଜ -762014, ଜି. ବୌଦ୍ଧ ମୋ.9437478466