ଆଗକୁ ଆସୁଛି ରଥ ଯାତରା କୈଳାସ ଚନ୍ଦ୍ର ଧଳ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-842669a36a.html ଆଗକୁ ଆସୁଛି ରଥ ଯାତରା ଜଗା ମେଲିଦେବ ଭକ୍ତି ପସରା ବଡ଼ଦାଣ୍ଡେ ଭକ୍ତ ରୁଣ୍ଡ ହୋଇବେ ଚତୁର୍ଦ୍ଧା ମୂରତି ଦର୍ଶନ ଦେବେ || ରଥେ ବିଜେ କରି ଜଗା କାଳିଆ ଭଉଣୀ ସଙ୍ଗତେ ଭାଇ ବଳିଆ ମାଉସୀ ଘରକୁ ଯିବେ ବାହାରି ପୋଡପିଠା ଖାଇ ଆସିବେ ଫେରି || ବାଜୁଥିବ ଶଙ୍ଖ ଖୋଳ ମର୍ଦ୍ଦଳ ଦେବଦାସୀ ନାଚ କୀର୍ତ୍ତନ ଦଳ ଭକ୍ତ ଭଗବାନ ହୋଇ ଏକାଠି ଯାତରାର ଭାବ ନେବେ ସାଉଁଠି | | ଏଥର ବାବୁରେ ପୁରୀକୁ ଯିବା ରଥଦଉଡ଼ିକୁ ଟିକେ ଛୁଇଁବା || ∎ ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ-8895119944