ଗୁଡ଼ିରେ ଗୁଡ଼ି ଯା` ତୁ ଉଡ଼ି ଦେବେନ୍ଦ୍ର ଚୌଧୁରୀ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-8407822a83.html ଗୁଡ଼ିରେ ଗୁଡ଼ି ଯା` ତୁ ଉଡ଼ି ନୀଳ ଆକାଶ କୋଳେ ନଟେଇ ଧରି ରହିଛି ଚାହିଁ ତୋତେ ମୁଁ ଏ`ଠି ତଳେ । ଶୀତ ସକାଳ କଅଁଳ  ଖରା ବହେ ଉତ୍ତରା ବାଆ , ଉଡ଼ିଉଡ଼ି ତୁ ଯା` ରେ ଛୁଇଁ  ଜହ୍ନମାମୁର ଗାଆଁ । ତୋ` ପାଇଁ ଖିଆପିଆ ଯେତେ ଯା` ଯାଇଛି ସବୁ ଭୁଲି,  ତୋ` ଉଡାଣରେ ଖୁସିରେ ମୋର  ଛାତିଟା ଉଠେ ଫୁଲି । ଏ ଶୀତେ ଆଉ ତୋ` ଠାରୁ ଭଲ ମିତ ମୋ କେହି ନାହିଁ, ନଟେଇରୁ ମୁଁ ସବୁ ସୂତାକୁ  ଛାଡି ଦେଲି ତୋ` ପାଇଁ । *********** ଡି/୨୦୦, କୋଏଲନଗର ରାଉରକେଲା -୧୪, ସୁନ୍ଦରଗଡ଼ ଦୂରଭାଷ:୯୪୩୭୧୦୫୪୪୦