ବନ୍ଧୁତା ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-82fee446b7.html ମହତ ଗୁଣର ବିକାଶ ପ୍ରକାଶେ ସୁଖ ଦୁଃଖ ଏ ଜୀବନ, ଏଇ ତ ଜୀବନ ସତ୍ୟ ଓ ବାସ୍ତବ ପ୍ରଭୁଙ୍କ ମହାନ୍ ଦାନ । ଦୁଃଖ ସମୟରେ ସାନ୍ତ୍ଵନା ସାହସ ଦିଏ ଯେ ପ୍ରକୃତ ବନ୍ଧୁ, ବନ୍ଧୁ ପ୍ରତି ବନ୍ଧୁ ସଦ୍ଭାବ ବନ୍ଧୁତା ମହତ ଗୁଣର ସିନ୍ଧୁ । ସାମାଜିକ ଗୁଣ ସମ୍ପର୍କ ସ୍ଥାପନ ବନ୍ଧୁତାରେ ପରିଣତ, ସୁସ୍ଥ ଓ ସୁନ୍ଦର ସମାଜ ଗଠନେ ବନ୍ଧୁତାର ଆବଶ୍ୟକ । ସଙ୍ଗାତ,ବଉଳ, ଗୋଲାପ,ମକର ବନ୍ଧୁତାର ଏ ପ୍ରତୀକ, ନିର୍ମଳ ହୃଦୟ ବନ୍ଧୁତା ସୂତ୍ରରେ ଆବଦ୍ଧ ଯେ ସ୍ଵାଭାବିକ । ସ୍ବଭାବ ସୁନ୍ଦର ମିତ୍ରତା ବିମଳ ବ୍ୟବହାରେ ମଧୁରତା, ବନ୍ଧୁତା ମହତ୍ତ୍ଵ ବନ୍ଧୁର କର୍ତ୍ତବ୍ୟ ଅର୍ପଣରେ ମାନବତା । ବିପଦରେ ବନ୍ଧୁ ଦେବଦୂତ ପରି ଚନ୍ଦନରେ ଶୀତଳତା, କୃଷ୍ଣ ଓ ଅର୍ଜୁନ ଦୁର୍ଯ୍ୟୋଧନ,କର୍ଣ୍ଣ କାଳଜୟୀ ସାକ୍ଷୀ ସଖ। । କୃଷ୍ଣ ଓ ସୁଦାମ। ବନ୍ଧୁତା ସଂସ୍କୃତି ଅଛି ଜ୍ୱଳନ୍ତ ଦୃଷ୍ଟାନ୍ତ, ବନ୍ଧୁତା ଦ୍ୱାର।ହିଁ ଶାନ୍ତି ଓ ସଂହତି ସମାଜରେ ପ୍ରତିଷ୍ଠିତ । ∎ ପୁରୀ ସଦର ବ୍ଲକ୍,ପୁରୀ,କୋଣାର୍କ