ନୂଆ ବରଷ ଆସ ବୀରେନ୍ଦ୍ର ମହାନ୍ତି ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-82fa37bff6.html ନୂଆ ବରଷ ହୋଇ ହରଷ ଆସୁଛ ଯଦି ଆସ, ଦୁଃଖ, ଯାତନା ମନରୁଫେଡି ଓଠରେ ଭର ହସ। ଶାନ୍ତି, ଅହିଂସା ପ୍ରଚାର କରି ଦୂରେଇ ଦିଅ ଯୁଦ୍ଧ, ଦୟା, କ୍ଷମାର ରାଜୁତି ହେଉ ହିଂସା ର ହେଉ ବଦ୍ଧ। ଉଚ୍ଚ ନୀଚର ଭେଦ ଭାବନା ନ ରହୁ କାର ମନେ ଶାନ୍ତି, ମୈତ୍ରୀ, ପ୍ରିତି ର ଗୀତ ଶୁଭୁ ସବୁରି କାନେ। ଭାଷା, ସାହିତ୍ୟ, ସଂଗୀତ, ନ୍ରୁତ୍ୟ କଳା, ସ୍ଥାପତ୍ୟ, ଚିତ୍ର ସମତା ମନ୍ତ୍ର ବାରତା ଦେଉ ଖୋଲି ମମତା ନେତ୍ର। ସାରା ସଂସାର " ଗୋଟିଏ ଘର" ନୂଆ ଭାବନା ହେଉ ଜୀବ ଜଗତ ସୁଖ ଶାନ୍ତି ରେ ଜୀଇବା କଥା ଜୀଉ। ∎ ନୀଳଚକ୍ର ନଗର, ଅଠରନଳା ପୁରୀ-୨ ୮୯୧୭୪୬୦୦୪୮