ଦେହକୁ ହିତ ସକାଳ ବୁଲା ସୁଜିତ କୁମାର ମିଶ୍ର ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-81509cb8f9.html ଦେହକୁ ହିତ ସକାଳ ବୁଲା ଭୁଲନି ପିଲାମାନେ, ଅଭ୍ୟାସ କଲେ ଜୀବନ ହେବ ନୀରୋଗ ପ୍ରତିକ୍ଷଣେ । ସକାଳେ ବେଳା ପବନେ ଥାଏ ଶୁଦ୍ଧ ଅମଳଜାନ, ଶକତି ମିଳେ ଅମାପ ସେଠୁ ଜାଣ ଯେ ରାତିଦିନ । ମନ ସତେଜ ରହେ ଦିନଟି ବୁଲି ଆସିଲେ ଥରେ, ମନ୍ଦ ଚିନ୍ତାକୁ ଆମ ଭିତରୁ ସଅଳ ଦୂର କରେ । ସକାଳେ କେତେ କୀଟ ପତଙ୍ଗ ବୁଲନ୍ତି ମାଳ ମାଳ, ତାଙ୍କ ପାଇଁ ତ ସେଇ ସମୟ ଖାଦ୍ୟ ସଂଗ୍ରହ ବେଳ । ପବନ ଗାଏ ମଧୁର ଗୀତ ଖରା ବଜାଏ ବାଜା, ସକାଳ ବେଳା ସଭିଙ୍କୁ କରେ ମନ ରାଇଜ ରାଜା । ତୁମକୁ ପିଲେ ସକାଳ ବେଳା ଫୁଲ ପରିକା ଗଢେ ସକାଳେ ବୁଲି ପଢିଲେ ଆସି ସ୍ମରଣ ଶକ୍ତି ବଢେ । ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨