ଅଗଡ଼ ବଗଡ଼ ଝାଇଁକି ଝୁମ୍ପା ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-812ed48bfe.html ଅଗଡ଼ ବଗଡ଼ ଝାଇଁକି ଝୁମ୍ପା ବାଟରେ ପଡ଼ିଛି କଦଳୀ ଚୋପା ବାଟ ଚାଲୁଥିବ ଥିରି, କଦଳୀ ଚୋପାରେ ଗୋଡ଼ ପଡ଼ିଗଲେ ପଡ଼ିବ ନକରି ଡେରି l ( ୨) ଅଗଡ଼ ବଗଡ଼ ଝାଇଁକି ଝୁମ୍ପା ପାରା ନେଇଗଲା ଧାନରୁ ଖୁମ୍ପା ଧାନ ଜଗିଥିଲେ ଆଈ, ବାଡି ଧରି ସିଏ ଦଉଡ଼ି ଯିବାରୁ ପଡ଼ିଲେ କଚାଡ଼ି ହୋଇ l ( ୩ ) ଅଗଡ଼ ବଗଡ ଝାଇଁକି ଝୁମ୍ପା ପାଠ ନ ପଢ଼ିଲେ ରାଗିବେ ବାପା ମନଦେଇ ପଢ଼ ପାଠ, ଅଜ୍ଞାନ ଅନ୍ଧାର ହୋଇଯିବ ଦୂର ଦେଖାଯିବ ନୂଆ ବାଟ l (୪ ) ଅଗଡ଼ ବଗଡ଼ ଝାଇଁକି ଝୁମ୍ପା ନିଜର ପୋଷାକ ରଖିବ ସଫା ନପିନ୍ଧିବ କେବେ ମଳି, ନିଜର ହାତରେ ନିଜ କାମ କଲେ ଖୁସି ଯିବ ତୁମ ବଳି l ( ୫ ) ଅଗଡ଼ ବଗଡ଼ ଝାଇଁକି ଝୁମ୍ପା ଶିବଙ୍କର ପ୍ରିୟ ଫୁଲଟି ଚମ୍ପା ବାଡ଼ିରେ ଲଗାଅ ଗଛ, ଗଛ ର ଯତନ ନିଜେ ନିଅ ତୁମେ ସବୁ କାମ କରି ପଛ l ∎ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବାଲିପଡ଼ା, ମାହାଙ୍ଗା, କଟକ -୭୫୪୨୦୭ ମୋ -୭୬୦୯୦୪୪୩୮୩