କାଳିଆ ସୁନା ପ୍ରବାସିନୀ ମିଶ୍ର ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-810efbdcfd.html ଆସରେ କୁନା ଆସରେ ମୁନା ଦେଖ୍‌ ଯିବା ଆମ କାଳିଆ ସୁନା । ବଡ଼ଦାଣ୍ଡ ଲାଗେ ଭାରି ଗହଳ ବୁଲି ଆସେ ଜଗା ପଡ଼େ ଚହଳ । ଟାହିଆ ହଲାଇ ପହଣ୍ଡି ହୋଇ ତିନିରଥେ ବିଜେ ଚାରି ଗୋସାଇଁ । ଆଗରେ ତାହାର ବଳିଆ ଭାଇ ମଝିରେ ଭଉଣୀ ହଳଦୀ ମୁହିଁ । ଜଗତନାଥ ସେ ପଛରେ ରହି ଝୁଲିଝୁଲି ଆସେ ନାଟ ଲଗାଇ । ପେଁକାଳୀ ଘଣ୍ଟେ ଦୁଲୁକେ ମହୀ ଡାହୁକ ଡାକଇ ବେତ ହଲାଇ । ଭାବର ଠାକୁର ଭାବେ ମଜିଛି ପାଟ ଦଉଡ଼ିରେ ବନ୍ଧା ହୋଇଛି । ପୃଥିବୀ ପ୍ରସିଦ୍ଧ ରଥଯାତରା ମନ ଭରିଯିବ ଦେଖଲେ ପରା ॥ ∎ ପୁରୀ