କିଏ କେମିତି ହରିହର ଶୁକ୍ଳ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-810c721579.html ବଇଶାଖୀ ଖରା ଟାଇଁଟାଇଁ, ଝାଞ୍ଜିବାଆ ପିଟେ ସାଇଁସାଇଁ। ବରଷା ଝରଇ ଝରଝର, ଚାଷ ପାଇଁ ଚାଷୀ ତରତର। ରେଳଗାଡ଼ି ଚାଲେ ଛୁକୁଛୁକୁ, ବେଙ୍ଗ ଡିଆଁ ମାରେ ଫୁକୁଫୁକୁ। ହେମାଳ ପବନ ଶିରିଶିରି, ଫୁଲଝରି ଜଳେ ଝିରିଝିରି। ତେଲ ବିନା ବାଳ ଫୁରୁଫୁରୁ, ଶୀତଦିନେ ଅଜା ଥୁରୁଥୁରୁ। ଆକାଶରେ ତାରା ମିଟିମିଟି, କଳିଆ କରଇ ଖିଟିଖିଟି। ଶିଶୁ ହସିଦିଏ ଫିକିଫିକି, ହସ ତା`ର ଦିଶେ ଚିକିଚିକି। ∎ ଫୋ:୯୮୬୮୮୦୫୯୯୬