କିଏ ହେବ ତାର ସରି ଜୟନ୍ତିକା ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-80190013cb.html ବଡ଼ କଥା ନୁହେଁ ଯୁକ୍ତିରେ ଜିତିବା କଳି ତକରାଳ କରି, ନିଜ ହାରପଣ ଜିତିପାରେ ଯିଏ ଜିଣି ପାରିଥାଏ ଅରି । ନିଜକୁ ବୁଝିବା କଥାଟି ଅଟଇ ଆତ୍ମବିଶ୍ଵାସର କଥା ଦୁବଳ ମନକୁ ଜିତିପାରେ ଯିଏ ପାଇଥାଏ ସଫଳତା। ସବୁ ବିଜ୍ଞାନର ପଛରେ ରହିଛି ମାନସିକ ଟାଣପଣ, ସଫଳ ମଣିଷ ବୁଝନ୍ତି କଥାଟି ପାଆନ୍ତି ନୂଆ ସନ୍ଧାନ । ଦୁର୍ବଳତା ଠାରୁ ଦୂରେଇ ରହେ ଯେ ସଫଳ ହୁଅଇ ସେଇ ଯେତିକି ଦୁର୍ବଳ ଭାବିବା ନିଜକୁ ସେତେ ହାରୁଥିବା ଭାଇ । ଆଖି ଦେଖୁଥିବା ଜୟ ପରାଜୟ ଆଲୁଅ ଅନ୍ଧାର ପରି, ନିଜ ହାରପଣ ଜୟ କରିଛି ଯେ କିଏ ହେବ ତା`ର ସରି ? ∎