ଇତି, ତୁମର ଜେରୀ ଡ.ବିଜୟା ପାତ୍ର ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-7f5124495a.html ଟମ୍ ଅଂକଲ୍ , ତୁମେ ଭାରି ଭଲ ସବୁବେଳେ ଖାଲି ମନେପଡ ତୁମ ଘରର ସେ କ୍ଷୀର ଛେନା ଖୋଜିଲେ ବି କେଉଁଠି ମିଳେନା। ମାଛ ଭଜା କେଡେ ସୁଆଦିଆ ମୋ ମନ ଯେ ଖୋଜୁଥାଏ ତାହା ଚିକେନ, ଶୁଖୁଆ ଭଜା ଖାଇ ଭୁଲି କି ପାରିଛି କୁହ, କେହି? ଭାବି ଅଛି ମୁହିଁ, ମନେ ମୋର ବୁଲିଯିବି ଦିନେ ତୁମ ଘର ରାନ୍ଧି ଥିବେ ଯାହା ଟିମି ଆଣ୍ଟି ଖାଇବା ମିଶିକି ବାଣ୍ଟିକୁଣ୍ଟି। ଶୁଣିଛି, ଆଣିଛ ନୂଆ ଗାଡି ବୁଲିବା ସେଥିରେ ଦୁହେଁ ଚଢି ସମୟ ପାଇଲେ ଟିକେ ଖାଲି ଡୋନାଲ୍ଡ ଘରକୁ ଯିବା ବୁଲି। ଫେରି ଆସିବା ଯେ ସଂଜ ସୁଦ୍ଧା ନହେଲେ ହୋଇବ ଅସୁବିଧା ଟିମି ଆଣ୍ଟି ରାଗି ଥରହର ଫୋନ୍ କରିବେ ବାରମ୍ବାର। ସିଏ ଯଦି କେବେ ରାଗିଯିବେ ରୋଷେଇ କରିବ କିଏ ତେବେ ତେଣୁ, ରଖ ତାଂକୁ ଖୁସି କରି ରହୁଛି, ଇତି, ମୁଁ ତୁମ ଜେରୀ। ∎ କୋଟିତୀର୍ଥ ଲେନ୍ ଭୁବନେଶ୍ୱର-୨ ମୋ-୯୪୩୭୦-୧୪୩୨୨