ଖରା ଦିନରେ ମିତ ତପନ କୁମାର ସ୍ୱାଇଁ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-7e92279e76.html ସୁଲୁ ସୁଲୁଆ ପବନ ଟିକେ ଦେହକୁ ଛୁଇଁ ଯାଆ, ପିଇ ହେଉନି ଖରା ଦିନରେ ଗରମ କଫି,ଚାହା । ମନ ଚାହୁଁଛି ଶୀତଳ ଜଳ ପଣା,ସର୍ବତ,ଲସି , ହେଉ ପଛକେ ତିନି ଦିନର ଦହି ପଖାଳ ବାସି । ଖରା ବେଳରେ ଗଛର ଛାଇ ମୁଣ୍ଡରେ ଓଦା କନା, ସୂରୁଯ ତେଜ ବଢିଲେ ଆଉ ବାହାରେ ଯିବା ମନା । ଗଛରେ ନାହିଁ କାଉ,କୋଇଲି ଶୁଭୁନି କା`ର ଡାକ, ଦାଣ୍ଡରେ ବାଲି ତାତି ଫୁଟୁଛି ପଶୁନି କେହି ପାଖ । ଖରା ଦିନରେ ବରଷା ନାହିଁ ନାହିଁ ବି ଥଣ୍ଡା ଶୀତ, ସୁଲୁସୁଲୁଆ ପବନ ଆ`ରେ ହୋଇଯା` ଆମ ମିତ । ∎ ଅଇବିଲି,ତିର୍ତ୍ତୋଲ, ଜଗତସିଂହପୁର ମୋ – ୯୦୪୦୦୩୩୩୯୦