ଶପଥ ଶ୍ରୀ କୁଞ୍ଜ ବିହାରୀ ସାହୁ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-7e0dbb59ef.html ଆଜି ଅଗଷ୍ଟ ପନ୍ଦର । ସୁନିତା ସକାଳୁ ଉଠିଲା । ନିତ୍ୟକ୍ରମ ସାରିଦେଲା । ହାତରେ ଜାତୀୟ ପତାକା ଧରିଲା । ସ୍କୁଲକୁ ବାହାରିଲା । ତା ସାଙ୍ଗସାଥୀଙ୍କୁ ଭେଟିଲା । ସ୍କୁଲ ହତା ଭିତରେ ବଡ଼ ପତାକାଟିଏ ପୋତା ହେଇଛି । ପତାକାରେ ଫୁଲ ଵନ୍ଧା ହୋଇଛି । ପ୍ରଧାନ ଗୁରୁଜୀ ଆସିଲେ । ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ପତାକା ପାଖରେ ଠିଆ ହେଲେ । ଠିକ୍ ସମୟରେ ପ୍ରଧାନ ଗୁରୁଜୀ ପତାକା ଉତ୍ତୋଳନ କଲେ । ପତାକାରୁ ଫୁଲ ଖସିଲା । ପ୍ରଧାନ ଗୁରୁଜୀ ସ୍ୱାଧୀନତା ଦିବସ ବିଷୟରେ ପିଲାଙ୍କୁ ସୂଚନା ଦେଲେ । ସଭିଏଁ ବନ୍ଦେ ମାତରଂ, ମହତ୍ମା ଗାନ୍ଧିକୀ ଜୟ, ଜବାହରାଲାଲ ନେହେରୁକୀ ଜୟ ସ୍ଲୋଗାନ ଦେଲେ । ସୁନିତା ସବୁ ଶୁଣିଲା । ଖୁସି ହେଲା । ଗୁରୁୁଜୀଙ୍କୁ କହିଲା - : ମୁଁ ପାଠ ପଢ଼ିବି : ଦେଶ ପାଇଁ ଲଢ଼ିବି । : ଏ ମାଟି ମୋର ମା` : ମା` ପାଇଁ ହେବି ସାହା । ଗୁରୁଜୀ କହିଲେ - ସାବାସ୍ ସୁନିତା। ତୋତେ ଆଶୀର୍ବାଦ କରୁଛି । ଏ ଜାତୀୟ ପତାକା ଆମ ଦେଶର ସମ୍ମାନ । ବୀରପଣିଆର ଚିହ୍ନ । ଏ ପତାକା ତଳେ ଶପଥ ନେ । ତୁ ଏ ବୀର ମାଟିର ସନ୍ତାନ । ତୁ ଆମ ସ୍କୁଲର ଗର୍ବ ଓ ଗୈାରବ । ସୁନିତା ପତାକାକୁ ଚାହିଁଲା । ହାତରେ ଧରିଥିବା ପତାକାକୁ ଦେଖେଇ ଶପଥ ନେଲା । ମୁଁ ଲଢ଼ିବି ଦେଶ ଗଢ଼ିବି । ସଭିଏଁ ତାଳି ମାରିଲେ । ଗୁରୁଜୀ ଗୁରୁମା ସୁନିତାର ମୁଣ୍ଡକୁ ଆଉଁଶି ଶୁଭକାମନା ଜଣେଇଲେ । ପିଲାମାନେ ସେଉ ବୁନ୍ଦିଆ ଖାଇଲେ । ହସି ହସି ଘରକୁ ଫେରିଲେ । ସୁନିତା ପତାକାଟିକୁ ହାତରେ ଧରି ଘରକୁ ଫେରିଲା । ∎ ପାତ୍ରପଡା, ଭୁବନେଶ୍ବର ୭୦୦୮୧ ୪୨୦୪୦