ମାଙ୍କଡ଼ ବିଲେଇ ଲାଗିଲେ କଳି ସୁଜିତ କୁମାର ମିଶ୍ର ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-7d783ff254.html ମାଙ୍କଡ଼ ବିଲେଇ ଲାଗିଲେ କଳି, କଥା କଟାକଟି ତେଜିଲା ପୁଣି । ମାଙ୍କଡ଼ କହିଲା ଶୁଣୁ ବିଲେଇ, ମୋ ପରି ଭକତ ଜଗତେ କାହିଁ? ଆକାଶ ତଳେ ମୋ ମୁକ୍ତି ଜୀବନ, ଶେଜ ପରା ତୋର ଅନ୍ଧାର କୋଣ । ଡାଳ ଫଳ ପତ୍ର ମୋର ଆହାର, ଜଗୁଥାଉ ତୁହି ଅଇଁଠା କା`ର । ବିଲେଇ କହିଲା ଶୁଣୁ ମାଙ୍କଡ଼, ମୁଁ ପରା ସଭିଙ୍କ ବିଶ୍ବାସ ଗଡ । ନାହିଁ ତୋର ପରା ଖଣ୍ଡିଏ ବାସ, ମୋ ପାଖରେ ଅଛି ରାଜ ଉଆସ । ଘରର ଛାତକୁ ଭାଙ୍ଗୁ ତୁ ଡେଇଁ, ସୁରକ୍ଷାକାରୀ ମୁଁ ମାଲିକ ପାଇଁ । ସବୁ ଜୀବ ପାଶେ ଅଛି ସୁଗୁଣ, କଳି କର କିଆଁ ବନ୍ଧୁ ଦିଜଣ ? ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨