ମୁଁ ଓ ବହି ମନୋରମା ମିଶ୍ର ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-7d4cfa91ff.html ବହି ଯେ ବହି ମୋ`ପାଠ ବହି, ତା` ଉପକାର ହୁଏନା କହି । କେତେ ବିଷୟେ କେତେଯେ ଜ୍ଞାନ, ପାଇ ସେଥିରୁ ଗଢେ ଜୀବନ। ଦେଶ ବିଦେଶ ସହର ଗାଆଁ, ସମାଜ ଘର ବାପାଠୁ ମାଆ। ପାହାଡ ନଈ ସାଗର କେତେ, ରହିଛି ଏଇ ଧରାରେ ଯେତେ। ଜୀବଜଗତ ସରଗ କଥା, ବହି ଭିତରେ ହୋଇଛି ଗୁନ୍ଥା। ଜାତିଜାତିକା ଆହୁରି ବହି, ଘରେ ଆମର ଅଛିଟି ରହି। କେବେଠୁ କିଏ ରଖିଛି ଆଣି, କେହି ତ ହେଲେ ପଢିବ ଜାଣି। ସେଥିରୁ ବାଛି ପିଲାଙ୍କ ବହି, ଦିଅନ୍ତି ମାଆ ପଢିବା ପାଇଁ। ଗୋଟିକିଗୋଟି ସେ`ବହି ପଢି, ଜାଣିବାପଣ ଯାଏ ମୋ ବଢି। ବହିପଢାରେ ଅନେକ ମଜା, ଥରକୁଥର ହୁଏ ସେ` ଖୋଜା। ବହିଟି ଯେବେ ମୋ`ହାତେ ଥାଏ, ସାରାସଂସାର ଭୁଲି ମୁଁ ଯାଏ। ∎ ନୀଳାଦ୍ରିବିହାର ଭବନେଶ୍ୱର-୨୧ ମୋ-୯୮୬୧୫୭୮୫୩୨