ଖାଇବାରୁ ଉଠି ଗଲି ଡକ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-7ccee9e4b1.html ମାଣ୍ଡିଆ ଚକୁଳି ବୋଉ କରିଥିଲା ହସିହସି ଖାଉଥିଲି ଏଇ ଚକୁଳିରେ ଅଛି ଏତେ ଗୁଣ ମନେମନେ ଗାଉଥିଲି. ଖାଇ ଦେଲି ବସି ଚାରିଟା ସେଥିରୁ ଗରମଗରମ ଥିଲା ଆଉରି ଦୁଇଟା ଖାଇବାପାଇଁ କି ମନ ମୋର ଡାକୁଥିଲା. ଅଧିକ ଖାଇଲେ ମୋଡ଼ି ହେବ ପେଟ କେହି ତ ବୁଝିବେ ନାହିଁ ଛିଗୁଲେଇ କରି କହିବେ କେତେ ଯେ ଖାଉଥିଲୁ ଏତେ କାହିଁ? ମନର ବାସନା ମନେ ଚାପି ଦେଇ ଖାଇବାରୁ ଉଠିଗଲି ଲୋଭ କରିଥିଲେ ଯାତନା ଅନେକ ପାଇଥାନ୍ତି ଜାଣିଗଲି. ∎ ଭ୍ରାମ୍ୟଭାଷ :6372915418