ନୂଆ ବରଷରେ ବଣଭୋଜି ଶ୍ରୀ କୁଞ୍ଜବିହାରୀ ସାହୁ ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-7c5b0d73f0.html ଜଙ୍ଗଲର ଗଛ ପିଲାଙ୍କୁ ଡାକିଲେ ଆସରେ ପିଲାଏ ଆସ, ତୁମେ ତ ସତରେ କଅଁଳ କୁସୁମ ବିତର ତୁମର ବାସ । ଖେଳରେ, ବୁଲରେ, ମଉଜ କରରେ ଡରନା କାହାକୁ ଏଠି, ଏ ଗଛ ତୁମକୁ ଆଶରା ଦେବ ଯେ କରିଯା ଗୁଲି ଓ ଖଟି । ଏ ବଣ ଭିତରେ ଭୋଜିଟେ କରି ଯା ଖାଇଯା ଏକାଠି ବସି, ତୁମକୁ ଦେଖିଲେ ଖୁସି ତ ଲାଗିବ ଆମେ ବି ଯିବୁରେ ହସି । ଦେଖରେ ଦେଖରେ ଝରଣା ଝରୁଛି ଗାଉଛି ସୁନ୍ଦର ଗୀତ, ଶୁଣାଇ ଦେଉଛି ଜଙ୍ଗଲି ଗୀତଟି ହୋଇଛି ତୁମରି ମିତ । ପିଲାଏ କହିଲେ ବଢିଆ ବଢିଆ ଏଇଠି କରିବୁ ଭୋଜି, ଏ ନୂଆବରଷେ ତୁମେ ତ ସାହାରା ଡାକିଛ ପାଖକୁ ଖୋଜି । ପିଲାଏ କରିଲେ ବଣରେ ଭୋଜିଟେ ଖାଇଲେ ହରଷ ହୋଇ, ବଣର ଗଛକୁ ଜୁହାର ହୋଇଲେ ଖୁସିରେ ଭୋଜିକୁ ଖୋଇ । ∎ ପାତ୍ରପଡା, ଭୁବନେଶ୍ବର ୭୦୦୮୧ ୪୨୦୪୦