ବରଷା ସକାଳ ପ୍ରଶାନ୍ତ କୁମାର ଦାଶ ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-7bdebe2b59.html ଏଇତ ସକାଳ ଉଇଁଚି ସୁରୁଯ ଫୁଟିଚି ଫୁଲ କହିଲେଣି ଅଜା ନିଦୁଉଠି ପିଲେ ବାହାରେ ବୁଲ || କାଉ କୁମ୍ଭାଟୁଆ କୁକୁଡ଼ା ବତକ ଉଠିଲେ ରାବି ନାହାଁନ୍ତି ଆକାଶେ ଜହ୍ନ ତାରାଫୁଲ ଅଛନ୍ତି ରବି || ଖରା ଦିଶୁନାହିଁ ଆକାଶୁ ଖସୁଛି ବରଷା ଧାରା ବିଛେଇ ପଡୁଛି ବରଷାର ଜଳ ଗହୀର ସାରା || ଜଳଦେଖି ଖୁସି ଚାଷୀଦିଏ ହସି କରଇ ଚାଷ କଅଁଳିଗଲାଣି ମାଟିର ଛାତିରେ ଝାଉଁଳା ଘାସ || ବରଷାରେ ଭିଜି ଯାଏ ପାଠଶାଳା ତଥାପି କୁନା ଆଶା ସେ ସଞ୍ଚିଛି ହେବ ଭଲଚାଟ ହେଵତ ସୁନା || ପୋଖରୀ ପାଟରେ ପୁରୀଉଠିଲାଣି ଗୋଳିଆ ପାଣି ଫକ ଫକ ଡିଏଁ ବରଷାକୁ ଦେଖି ବେଙ୍ଗୁଲୀ ରାଣୀ || ଆଲୋକ ମହକ ବିତରଇ ଆସି ସକାଳ ହସି ଗୀତଗାଏ ପକ୍ଷୀ ସକାଳକୁ ଦେଖି ଗଛରେ ବସି || ବରଷା ଋତୁର ସକାଳ ଥରାଏ ଦେହକୁ ଆସି ଲୁଚାଇ ରଖଇ ସୁରୁଜକୁ ମେଘ ଆକାଶେ ଭାସି || ବରଷା ଛାଡିଲେ ସୁଖପରି ଖରା ଧରାକୁ ଖସେ ଖରାପାଇ ଗାଆଁ ସହର ନଅର ପଲ୍ଲୀ ବି ହସେ || ∎ କୁଞ୍ଜର ସଙ୍ଗଳାଇ ପିପିଲି ପୁରୀ ଫୋନ -9668822190