ବେଙ୍ଗ ବେଙ୍ଗୁଲି ଲାଗିଲେ କଳି ଡ଼ାକ୍ତର ଅଶୋକ କୁମାର ସେଠୀ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-7b145a63ae.html ବେଙ୍ଗ ବେଙ୍ଗୁଲି ଲାଗିଲେ କଳି ମେଘ ବରଷିଲା ବିଜୁଳି ମାରି ଚଷା ପୁଅ ଟି ମାରିଲା ତାଳି ଚାଷ କରିବ ସକାଳୁ କାଲି ବରଷା ରାଣୀ ଆସ ଇ ହସି ସବୁରି ମନ କରିବ ଖୁସି ଫୁଟିବ ଫୁଲ ଫଳିବ ଫଳ ଭଲ ଫସଲ ହବ ଅମଳ କଲ୍ୟାଣ କାରି ବରଷା ରାଣୀ ଗଛ ଲଗାଇବା ଗଣି ଗଣି ପଶୁ ପକ୍ଷୀଙ୍କ ମନ ଆନନ୍ଦ ଆକାଶେ ହସେ ପୁନେଇ ଚାନ୍ଦ ନିର୍ମଳ ଶୀତଳ ବହେ ପବନ ମନକୁ ମୋହେ ଶାଗୁଆ ବନ ହବ ନାହିଁ ରେ ଜମା ମରୁଡ଼ି ପରିବେଶ କୁ ଦବା ସଜାଡି। ∎ ଖୁଣ୍ଟକଟା, ଆଠଗଡ଼ ମୋ ୯୯୩୮୭୭୦୬୯୭