ନ ପାରିବି ତା ` ଙ୍କୁ ଭୁଲି ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-7a885977a9.html ମୋ ଗାଆଁ ମୋ ପାଇଁ କେତେଯେ ସୁନ୍ଦର ମୋ ମାଆ ର ଭାଷା କେତେଯେ ମଧୁର ନ ପାରିବି ତା ` ଙ୍କୁ ଭୁଲି, ପିଲାବେଳୁ ମୁହିଁ ଯେଉଁଠି ବଢ଼ିଛି ( ଯା` ) ଛାତିରେ ଶିଖିଛି ଚାଲି l ୧ l ମୋ ଗାଁ ମନ୍ଦିର ମୋର ବିଦ୍ୟାଳୟ ମୋ ଜୀବନେ ଅଟେ ପୁଣ୍ୟ ଦେବାଳୟ ଯାହାଙ୍କ ଆଶିଷ ପାଇ, ପିଲାଟି ଦିନରୁ ଆଗକୁ ଚାଲିଛି ପଛକୁ ମୁଁ ଚାହିଁ ନାହିଁ l୨ l ନିତି ସକାଳୁ ମୁଁ ନିତ୍ୟ କର୍ମ ସାରି ଯାଉଥିଲି ସ୍କୁଲ ନ କରି ମୁଁ ଡେରି ସାଥୀ ପିଲା ସହ ମିଶି, ସାରା ଦିନ ସେଠି ପଢ଼ିଛି ଖେଳିଛି ସମୟ କାଟିଛି ହସି l ୩ l ଛୁଟି ଦିନ ହେଲେ ମାଆ ଙ୍କ ପାଖରେ ବହି ଦେଖି ଲେଖିଥିଲି ମୁଁ ଖାତାରେ ଆଙ୍କୁଥିଲି ବସି ଛବି, ଛବିରେ ମୁଁ ନାନା ରଙ୍ଗ ଦେଉଥିଲି ମନରୁ ଯେ ଭାବି ଭାବି l ୪ l ମୋର ପାଠ ପଢା ଦେଖୁଥିଲେ ମାଆ ପାଠ ପଢା ଶେସେ କହୁଥିଲେ ଯାଆ ଯା ` ଧନ ଟିକେ ବୁଲି, ସାଥୀ ପିଲା ସହ ଦାଣ୍ଡ ରେ ଖେଳିବୁ ସଞ୍ଜ ରେ ଆସିବୁ ଚାଲି l ୫ l ଠାକୁର ଙ୍କ ପାଶେ ସଞ୍ଜ ବେଳେ ଯାଇ ସନ୍ଧ୍ୟା ବତୀ ସହ ଦୀପଟେ ଜଳାଇ ମାଆ ଙ୍କ ପାଖରେ ବସି, ପ୍ରାର୍ଥନା କରି ମୁଁ ଗୀତ ଗାଉଥିଲି (ଶୁଣି) ମାଆ ହେଉଥିଲେ ଖୁସି l ୬ l ପିଲାଦିନ ମୋର ଯାଇଅଛି ଚାଲି ସେ ଦିନର କଥା ନ ପାରିବି ଭୁଲି ମନେ ପଡିଗଲେ ମୋର, ଖୁସିର ଲୁହ ମୋ ଝରି ଝରି ଆସେ ଆଖିରୁ ମୋ ଦୁଇ ଧାର l ୭ l ∎ ମୋ – ୭୬୦୯୦୪୪୩୮୩