ପିଲାଦିନ ସ୍ମୃତିଚିହ୍ନ ପ୍ରଶାନ୍ତ କୁମାର ଦାଶ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-7a2111465b.html ନଥାଏ ମନେ ଚିନ୍ତାକି ଦକ ଖେଳରେ ବିତେ ଦିନ ସବୁଠୁ ଭଲ ପିଲାଦିନତ ଆଜି ସ୍ମୃତିର ଚିହ୍ନ । ପିଲାଦିନର ଅଭୁଲା ଛବି ଭୁଲି ହୁଏନି ମନୁ ଥିଲା ଓଠରେ ହସର ମହୁ ସୁନ୍ଦର ସେଇ ତନୁ । ବାଲି ଧୂଳିରେ ତିଆରି ଘର ମିଛି ମିଛିକା ଖେଳ ହସ ଖୁସିରେ ସକାଳ ସଞ୍ଜ କଟୁଥିଲାତ ବେଳ । ପାଠ ପଢିବା ଆକଟ କେବେ ନଥିଲା ପିଲାବେଳେ କାଗଜଡ଼ଙ୍ଗା ଭସାଉଥିଲୁ ସାଥୀ ପିଲାଙ୍କ ମେଳେ । ଜଣେତ ହୁଏ ଗାଆଁଦାଣ୍ଡରେ ମିଛି ମିଛିକା ରାଜା ସାଥୀପିଲାତ ମିଳି ମିଶିକି ବଜାନ୍ତି ବସି ବାଜା । ଆଉଜଣେତ ହୁଅଇ ରଣୀ ମନକୁ ନିଏ କିଣି ପିଲାଦିନର ଅଭୁଲା ଖେଳ ମରମ ଯାଏ ଜିଣି । ଆକଟ ଛାଟ ବିନାଦଣ୍ଡରେ ପିଲାଦିନତ କଟେ ଅଭୁଲା ଯେତେ ଘଟଣା ସବୁ ପିଲାଦିନରେ ଘଟେ । ପିଲାଦିନକୁ ଖୋଜିଲେ ଯେତେ ମିଳଇନାହିଁ ସିଏ ମନେପଡିଲେ ମନମରମେ ଖାଲିସେ ଦୁଃଖଦିଏ । ∎ କୁଞ୍ଜର ସଙ୍ଗଳାଇ ପିପିଲି ପୁରୀ Mobile -9668822190