ରହିବନି କିଛି ବାଙ୍କ କୀର୍ତ୍ତନ ସାହୁ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-790cd73cf8.html ଏଣୁତେଣୁ ଗୁଡେ କଥା ନ କହିକି ଭଲ କଥା ପଦେ କୁହ ଖରାପ ଗୁଣକୁ ଦୂରେ ଠେଲି ଦେଇ ଶାନ୍ତିରେ ଟିକିଏ ରୁହ । ଅନ୍ୟ କିଏ କଲା ନ କଲା ନ ଦେଖି ନିଜେ ଚାରା ରୋପି ଦିଅ ଯେଉଁ ଚାରା ରୋପି ଦେଲ ସେ ଚାରାର ଆଦରେ ଯତନ ନିଅ । ବେଶି ଗୁଡେ଼ କାମ ଖଣ୍ଡିଆ ନ କରି ଗୋଟେ ଗୋଟେ କାମ କର କାମଟି ସହଜ ହୋଇବା ପାଇଁକି କାମରେ ମମତା ଭର । ଛୋଟ ଉଇ ଟିକେ ଟିକେ ମାଟି ନେଇ ଦିଅନ୍ତି ସେ ହୁଙ୍କା ଗଢି ଅଳପ ଅଳପ ପଢି ଆଗେଇଲେ ଅଧିକ ପାରିବା ପଢି । ପିମ୍ପୁଡ଼ିଙ୍କୁ ଦେଖ ଧାଡ଼ି କରି ସିଏ ଯାଆନ୍ତି କାମରେ ତାଙ୍କ ଶୃଙ୍ଖଳାରେ କାମ କଲେ ଶୀଘ୍ର ହେବ ରହିବନି କିଛି ବାଙ୍କ । ବୁଝି ଶୁଝି ଠିକ ଭାବେ କରୁଥିଲେ କାମ ତ ସହଜ ହୁଏ ଖୁସିର ମହକ ଛୁଟି ଆସେ ଯେବେ ସଫଳତା ହୃଦ ଛୁଏଁ। ∎ ମିଶ୍ର କଲୋନୀ ଶାଳପଡ଼ା, କେନ୍ଦୁଝର ଦୂରଭାଷ - ୯୪୩୮୪୧୪୭୦୧