ସ୍ବାଗତଂ ନୂଆ ବର୍ଷ ଜୟକୃଷ୍ଣ ସାହୁ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-78e7b2997c.html ନୂଆ ଵରଷରେ ନୂଆ ସକାଳର ଚୁନା ଚୁନା ସୁନା ଖରା କାକର ଟୋପାରେ ମୁକୁତା ତିଆରି ଵାଣ୍ଟଇ ମୂଲକ ସାରା ହେ ନୂଆ ବରଷ ଆସ, ସେ ମୁକୁତା ହାର ଶ୍ରେଷ୍ଠ ଉପହାର ନେଇ ମନ କର ତୋଷ। ତୁମରି ନାଆଁରେ ଗୋଟିଏ ବରଷ ଶାସନ ଚାଲିବ ଏଠି ତୁମେ ଭରିଦେବ ସଭିଙ୍କ ହୃଦୟେ ସୁଖ ଶାନ୍ତି ଭକ୍ତି ପ୍ରୀତି ପାଦ ଥାପି ଆସ ଥରେ, ସେଇ ଶୁଭଦିନ ଆସୁଅଛି ଏଇ ଜାନୁଆରୀ ପହିଲାରେ। ଖାତାଖାତିଆନା କ୍ୟାଲେଣ୍ଡର ପାଞ୍ଜି ତୁମ ନାମେ ହେଵ ଲେଖା ପଚିଶି ଜାଗାରେ ଛବିଶ ବସିଲେ ତୁମ ସଙ୍ଗେ ହେଵ ଦେଖା ଲେଖି ଆମେ ହେବୁ ଖୁସି, ତୁମ ଆଶୀର୍ବାଦେ ସୁଖର ସପନ ଆମେ ଦେଖୁଥିବୁ ବସି ସ୍ବାଗତଂ ନୂଆ ବର୍ଷ, ପଚିଶ ଏଠାରୁ ବିଦାୟ ନେଉଛି ସହଳ ସହଳ ଆସ। ∎ କପିଳ ପ୍ରସାଦ, ଭୁବନେଶ୍ୱର-୨ ମୋ-୯୯୩୭୦୯୨୩୯୭.