ନମେ ମୁହିଁ ବାରବାର କବିଜ୍ୟୋତି ନିରଞ୍ଜନ ପତି ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-78a8454c4d.html ମାଆ ପରି ଏତେ ଆପଣାର ସତେ କିଏ ଅଛି ଅବା କାହିଁ, ଗୋ` ମାତା ଆମ ଜନନୀର ସମ ତାହାର ତୁଳନା ନାହିଁ। ଆମରି ମାଆର ମଧୁମୟ କ୍ଷୀର ପିଇ ଏ ଶରୀର ଗଢା, ଗୋ ମାତା ଗୋରସ ସତେକି ପୀୟୂଷ ଦେହ ପାଇଁ ଅତି ଲୋଡା। ମାଆପରି ଭୂମି ଆମ ଶୁଭକାମୀ ଯୋଗାଉଛି ଅନ୍ନ ବାସ, ସେପରି କୃଷକ ଆମରି ପୋଷକ ଫୁଟାଉଛି ମୁଖେ ହସ। ଗଛ ସତେ ମାଆ ହେଉଅଛି ସାହା ଅଭୁଲା ତା` ଉପକାର, ମାଆ,ଗାଈ, ଚାଷୀ,ଭୂମି ଓ ଗଛକୁ ନମେ ମୁହିଁ ବାର ବାର।  ଗାନ୍ଧୀ ମାର୍ଗ, ଅନୁଗୋଳ ମୋ- ୯୯୩୮୧୩୩୫୫୯